ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମଗିରି ଗସ୍ତ

ଭୁବନେଶ୍ୱର –ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମଗିରି ଗସ୍ତ କରିବେ । ସେଠାରେ ସେ ପୁରୀ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେଲଥ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ପୁରୀ ଜିଲ୍ଲାର ୩ ଲକ୍ଷ ୭୬ ହଜାର ହିତାଧିକାରୀ ସ୍ମାର୍ଟ କାର୍ଡ ଦ୍ୱାରା ଉପକୃତ ହେବେ । ଏହାଛଡା ବ୍ରହ୍ମଗିରି ବିକାଶ ପାଇଁ ପ୍ରାୟ ହଜାରେ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ବ୍ରହ୍ମଗିରି ବ୍ଲକରେ ନବନିର୍ମିତ ମିନି ସଚିବାଳୟର ଉଦଘାଟନ ବି କରିବେ ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

5 × 3 =