ଅବରୋଧ ଅଞ୍ଚଳର ବ୍ୟକ୍ତିିଙ୍କୁ ନେଇ ହ୍ୱାଟ୍ସଆପ ଗ୍ରୁପ ହେବ

ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ କଣ୍ଟେନମେଣ୍ଟ୍ ଜୋନ୍ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ । ସମସ୍ତ ଅତିରିକ୍ତ ସଚିବ, ଡିଜିପି ଓ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଦିଆଯାଇଛି । ଆଗାମୀ ସମୟରେ ସଂକ୍ରମଣ ରୋକିବାକୁ କଣ୍ଟେନମେଣ୍ଟ୍ ଜୋନା ଘୋଷଣା କରାଯିବ । ଏବଂ କଣ୍ଟେନମେଣ୍ଟ୍ ଜୋନକୁ ବ୍ୟାରିକେଡ଼୍ ଦିଆଯିବ । ତେବେ ସବୁଠାରୁ ବଡ଼ କଥା ହେଲା ଅବରୋଧ ଅଞ୍ଚଳକୁ ଆଗମନ ଓ ପ୍ରସ୍ଥାନ ଉପରେ କଡ଼ା କଟକଣା ରହିବ ।

ତେବେ ଏହି ସମୟରେ ବୟସ୍କ, ମହିଳା, ପ୍ରସୂତି ଓ ଦିବ୍ୟାଙ୍ଗଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଆଉ ଏହି ଘରକୁ ଘର ବୁଲିବେ ଅଙ୍ଗନୱାଡ଼ି କର୍ମୀ, ଏଏନଏମ୍, ସ୍ୱାସ୍ଥ୍ୟକର୍ମୀ ଓ ଶିକ୍ଷକ । କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟବସ୍ଥା ବୁଝିବେ । ଫ୍ଲୁ ଭଳି ଲକ୍ଷଣ ପ୍ରକାଶ ପାଇଲେ ନମୂନା ସଂଗ୍ରହ ସହ ପରୀକ୍ଷା କରାଯିବ । ତେବେ ଏସବୁର ତଦାରଖ କରିବେ ମେଡ଼ିକାଲ ଅଧିକାରୀ । ଅନ୍ୟପଟେ ଅବରୋଧ ଜୋନକୁ ଅତ୍ୟାବଶ୍ୟକ ଜିନିଷ, ଔଷଧ ଯୋଗାଇ ଦିଆଯିବ । ଆଉ ଏଥିପାଇଁ ମ୍ୟୁନସିପାଲ କମିଶନ୍ ଓ ଜିଲ୍ଲାପାଳ ସମସ୍ତ ସୁବିଧା କରିବେ ।

ଅବରୋଧ ଅଞ୍ଚଳର ପରିଚିତ ବ୍ୟକ୍ତିିଙ୍କୁ ନେଇ ହ୍ୱାଟ୍ସଆପ ଗ୍ରୁପ ହେବ । ଆଉ ଏଥିପାଇଁ ହ୍ୱାଟସଆପ ଗ୍ରୁପରେ ବିଭିନ୍ନ ସୂଚନା ଦିଆଯିବ । କେବୁଲ ଟିଭି, ସାଟେଲାଇଟ ଟିଭି ଓ ପୋଷ୍ଟର ଜରିଆରେ ସୂଚନା ଦିଆଯିବ । ଏହା ସହ ଲାଉଡ ସ୍ପିକର ଜରିଆରେ ଅବରୋଧ ଅଂଚଳରେ ସୂଚନା ପ୍ରଦାନ କରାଯିବ । ଏଥିନେଇ ରାଜ୍ୟର ସମସ୍ତ ଅତିରିକ୍ତ ସଚିବ, ପୁଲିସ ମହାନିର୍ଦେଶକ, ମ୍ୟୁନିସିପାଲ୍ କମିସନର ଓ ଜିଲ୍ଲାପାଳମାନଙ୍କୁ ଓଡ଼ଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚିଠି ଲେଖି ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

7 + 15 =