ଏଣିକି କୌଣସି ସ୍ଥାନରେ ୭ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ

ଭୁବନେଶ୍ୱର() କରୋନା ସତର୍କତା ନେଇ ଓଡ଼ିଶା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । କୌଣସି ସ୍ଥାନରେ ୭ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ବଜାର, ମାର୍କେଟ କମ୍ପେ୍ଲକ୍ସରେ କେବଳ ଖାଦ୍ୟ ସାମଗ୍ରୀ ବିକ୍ରି ହେବ ବୋଲି ଜଣାପଡ଼ିଛି । କରୋନା ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ସଭାସମିତି କରିବାକୁ ମନା ହୋଇଛି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରିଛନ୍ତି । ଏହାସହ ରବିବାର ସବୁ ଲୋକ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ବିଚଳିତ ନକରିବାକୁ ମଧ୍ୟ ନବୀନ ଅନୁରୋଧ କରିଛନ୍ତି ।
ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଭାରତରେ କରୋନାରେ ୨୦୬ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଓଡ଼ିଶାରେ ମଧ୍ୟ ଦୁଇ ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

one + 13 =