ଏଣିକି ଟ୍ୟାକ୍ସି ଓ ଅଟୋ ଦିନେ ଛାଡ଼ି ଦିନେ ପରିବର୍ତ୍ତିତ ଭାବେ ଚାଲିବ

ଭୁବନେଶ୍ୱର() ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ତେବେ ଏହାରି ଭିତରେ ଆଉ ଏକ କଟକଣା ଜାରି କରାଯାଇଛି । ତାହା ହେଲା ବାର, କଫି ସପ ଓ କ୍ୟାଣ୍ଟିନକୁ ବନ୍ଦ କରାଯିବାକୁ ନିଦେ୍ର୍ଧଶ ଦିଆଯାଇଛି । ଅନ୍ୟାଦେଶ ଯାଏଁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି ।

ଏହାଛଡ଼ା ଟ୍ୟାକ୍ସି ଓ ଅଟୋ ଦିନେ ଛାଡ଼ି ଦିନେ ପରିବର୍ତ୍ତିତ ଭାବେ ଚାଲିବ । ସବୁ ସପିଂ କମ୍ପ୍ଲେକ୍ସ ଓ ଗାଁ ହାଟ କେବଳ ଖାଦ୍ୟ ସାମଗ୍ରୀ ବିକିବେ । କରୋନା ସମ୍ପର୍କିତ ବୈଠକ ବ୍ୟତୀତ ସବୁ ସରକାରୀ ବୈଠକକୁ ବାତିଲ କରାଯାଇଛି । ବୈଠକରେ ୨ ମିଟର ଦୂରତ୍ୱ ବଜାୟ ରଖାଯିବାକୁ ନିଦେ୍ର୍ଧଶ ଦିଆଯାଇଛି । କ୍ୟାବିନେଟ ଓ ମନ୍ତ୍ରୀସ୍ତରୀୟ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଏ ପୂର୍ବରୁ ଆଜି ଠାରୁ ବାହାରେ ୭ରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା । ସର୍ବସାଧାରଣ ସ୍ଥାନରେ ୭ରୁ ଏକତ୍ର ହେବା ମନା । କେରାନା ଛଡ଼ା ଅନ୍ୟ କୌଣସି ବୈଠକ ହୋଇପାରିବ ନାହିଁ । ଜୟନ୍ତୀ ଓ ମାଲ୍ୟାର୍ପଣ ଆଦି ସରକାରୀ କାର୍ୟ୍ୟକ୍ରମ ମଧ୍ୟ ବନ୍ଦ ରହିବ ବୋଲି ସୁବ୍ରତ ବାଗଚୀ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

 

Share

Leave a Reply

Your email address will not be published. Required fields are marked *

2 × 5 =