ଅଗଷ୍ଟ ପହିଲାରୁ ଖୋଲିବ ନନ୍ଦନକାନନ, ଜାଣନ୍ତୁ କଣ ରହିଛି ଗାଇଡଲାଇନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବ ନନ୍ଦନକାନନ । ସମସ୍ତ କୋଭିଡ ଗାଇଡ଼ଲାଇନ ପର୍ଯ୍ୟଟକମାନଙ୍କ ପାଇଁ ବାଧ୍ୟତାମୂଳକ ହେବ । ଜର, ଥଣ୍ଡା କାଶ ଥିଲେ ପର୍ଯ୍ୟଟକଙ୍କୁ ନନ୍ଦନକାନନ ମନା । ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିଛି । ନନ୍ଦନକାନନ ମଧ୍ୟରେ ଛେପ ପକାଇବାକୁ ବାରଣ କରାଯାଇଛି । ଜନ୍ତୁ ମାନଙ୍କୁ ଖୁଆଡ଼ ବ୍ୟାରିକେଟକୁ ଛୁଇଁବାକୁ ବାରଣ କରାଯାଇଛି । ମେ ୧ରୁ ବନ୍ଦ ହୋଇ ରହିଛି ନନ୍ଦନକାନନ । ଦୀର୍ଘ ୩ ମାସ ବନ୍ଦ ହୋଇ ରହିବା ଫଳରେ ବହୁ ରାଜସ୍ୱ କ୍ଷତି ହୋଇଛି । ତେବେ ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବାକୁ ଥିବାବେଳେ ପର୍ଯ୍ୟଟକଙ୍କ ଲାଗି କିଛି ଗାଇଡଲାଇନ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

16 + two =