ଚୁଟିକୁ ଝିଙ୍କି ଛାତ୍ରୀଙ୍କୁ ମାଡ ମାରିଲା ପୋଲିସ

ଆହ୍ଲାବାଦ () ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ କଳା ପତାକା ପ୍ରଦର୍ଶନ କରି ପୋଲିସର ଅକଥନୀୟ ମାଡର ଶିକାର ହେଲେ ଦୁଇ ଜଣ ଛାତ୍ରୀ । ଏହି ଭିଡିଓ ଏବେ ଖୁବ ଚର୍ଚ୍ଚା ସୃଷ୍ଟି କରିଛି  । ଆହ୍ଲାବାଦ ୟୁନିର୍ଭସିଟିର ଦୁଇ ଜଣ ଛାତ୍ରୀଙ୍କୁ ଅମିତ ଶାହାଙ୍କୁ କଳାପାତାକା ପ୍ରଦର୍ଶନ କରି ଗିରଫ ହୋଇଛନ୍ତି। କଳାପତାକା ପ୍ରଦର୍ଶନ କରୁଥିବା ଏହି ଦୁଇ ଛାତ୍ରୀଙ୍କ ଚୁଟିକୁ ଝିଙ୍କି ଜଣେ ପୁରୁଷ ପୋଲିସ କର୍ମଚାରୀ ଘୋଷାଡି ଘୋଷାଡି ନେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଘଟଣାଟି ଘଟିଛି ଆହ୍ଲାବାଦରେ  । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅହ୍ଲାବାଦ ଗସ୍ତରେ ଯାଇଥିବା ସମୟରେ ଗତକାଲି ତାଙ୍କ କାର୍କେଡ ଆଗକୁ ମାଡି ଆସିଥିଲେ ଦୁଇ ତିନି ଜଣ ଛାତ୍ରୀ  । ସେମାନେ ଶାହାଙ୍କୁ କଳା ପାତାକା ପ୍ରଦର୍ଶନ କରିଥିଲେ । ସେଠାରେ ଉପସ୍ଥିତ ଥିବା ପୁରଷ ପୋଲିସ କର୍ମଚାରୀ ଛାତ୍ରୀମାନଙ୍କୁ ଅଟକାଇବାକୁ ପ୍ରୟାସ କରୁଥିଲେ । ଜଣେ ଉପର ପାହ୍ୟାର ପୋଲିସ ଅଧିକାରୀ ଜଣେ ଛାତ୍ରୀଙ୍କ ଚୁଟିକୁ ଘୋଷଡି ଅମିତ ଶାହାଙ୍କ ଯିବା ରାସ୍ତାକୁ କ୍ଲିଅର କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିଜେପିର ଅଡୁଆ ବଢ଼ିବାରେ ଲାଗିଛି ।

ପୋଲିସ କହିବା ଅନୁଯାୟୀ ଗିରଫ ହୋଇଥିବା ଛାତ୍ରୀମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ । ସେମାନେ ସମସ୍ତେ ସମାଜବାଦୀ ପାର୍ଟି ଷ୍ଟୁଡେଣ୍ଟ ୱିଙ୍ଗର ବୋଲି ଜଣାପଡିଛି। ଅନ୍ୟପଟେ ଏହାର ଜବାବରେ ସମାଜବାଦୀ ପାର୍ଟିର ନେତ୍ରୀ ରିଚା ସିଂ କହିଛନ୍ତି ଯେ, ଷ୍ଟୁଡେଣ୍ଟମାନେ ଶାନ୍ତିପୂର୍ଣ୍ଣ ଭାବେ କଳାପାତାକା ପ୍ରଦର୍ଶନ କରିଥିଲେ । କିନ୍ତୁ ପୋଲସି ତାଙ୍କୁ ନିଷ୍ଠୁରତା ସହ ଘୋଷାଡି ଘୋଷଡି ଆଣି ମାଡ ମାରିବା ସହ ଗିରଫ କରିଛି । କୌଣସି ମହିଳା ପୋଲିସ କର୍ମୀଙ୍କ ଅନୁପସ୍ଥତିରେ ପୁରୁଷ ପୋଲିସ କର୍ମୀ ଏଭଳି କରିବା ଆଇନକୁ ଅବମାନନା ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି ।

Share

Leave a Reply

Your email address will not be published. Required fields are marked *

2 × 1 =