ଅଭିନୟ ପୁର୍ବରୁ ୪ଜଣଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ଏହି ଅଭିନେତ୍ରୀ …

ବଲିଉଡ ନବାବ ସୈଫ ଅଲି ଖାନ ଓ ଅମୃତାଙ୍କ ଝିଅ ସାରା ଅଲି ଖାନ କେଦାରନାଥ ଫିଲ୍ମରୁ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଡେବ୍ୟୁ ଚଳଚ୍ଚିତ୍ର ହିଟ୍ ହେଲା ପରେ ସାରାଙ୍କ ଦ୍ୱିତୀୟ ଫିଲ୍ମ ଶୀମ୍ୱା ରିଲିଜ ହୋଇଥିଲା। ଏହି ଚଳଚ୍ଚିତ୍ରରେ ସାରାଙ୍କ ବିପକ୍ଷରେ ରଣବୀର ସିଂହ ଅଭିନୟ କରିଛନ୍ତି। ରଣବୀର ସିଂହ ଓ ସାରା ଅଲ୍ଲୀ ଖାନ ଶୀମ୍ୱା ବକ୍ସ ଅଫିସ୍ରେ ଧମାଲ କରିଛନ୍ତି। ଶିମ୍ୱା ଚଳଚ୍ଚିତ୍ର ୨୦୧୮ ମସିହାରେ ଅଧିକ ଲାଭ କରିଥିବା ଫିଲ୍ମ ମଧ୍ୟରୁ ତିନି ନମ୍ୱରରେ ଥିଲା।
ସୈଫ ଅଲି ଖାନଙ୍କ ଝିଅ ହୋଇଥିବାରୁ ଓ ନିଜ ବୋଲ୍ଡ ଲୁକ୍ ପାଇଁ ସାରା ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। କାର୍ତ୍ତିକ୍ ଆର୍ୟନଙ୍କୁ ଡେଟ୍ କରିବାକକୁ ଚାହାନ୍ତି ବୋଲି କଫି ୱିତ୍ କରନ୍ ସୋରେ ସାରା କହିଥିଲେ। ତେବେ ଗୋଟେ ସାକ୍ଷାତକାରରେ ସାରା ତାଙ୍କ କ୍ରଶ ବିଷୟରେ ମଧ୍ୟ କହିଥିଲେ।
ସାରା ଅଭିନେତା ଈଶାନ, ବଲିଉଡର ପ୍ରତିଷ୍ଠିତ ଅଭିନେତା ଅନିଲ୍ କପୁରଙ୍କ ପୁଅ ହର୍ଷବର୍ଧନ,ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି ବୀର ପହାଡିଆ ଓ ସାରା କଲମ୍ୱିଆ ୟୁନିଭରସିଟି ଓରହାନ ଏହି ୪ଜଣଙ୍କ ସହ ସାରା ପ୍ରେମ ସମ୍ପର୍କରେ ଥିଲେ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 − five =