ମା ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନବାନ୍ନ

ସମ୍ବଲପୁର: ଅନ୍ତ ହେଲା ସବୁ ପ୍ରତୀକ୍ଷା । ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିର ତୁଳା ଲଗ୍ନର ଶୁଭ ମୁହୁର୍ତ୍ତରେ ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ପର୍ବରୁ ଧାର୍ୟ୍ୟ ହୋଇଥିବା ୧୦ଟା ୧୫ ମିନିଟରୁ ୧୦ଟା ୨୫ ମଧ୍ୟରେ ମାଁଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ନୂଆଁ ଧାନରୁ ପ୍ରସ୍ତୁତ ଚରୁ ଏବଂ କ୍ଷୀରିକୁ ମାଁଙ୍କ ନିକଟରେ ଅର୍ପଣ କରାଯାଇଛି । ସମଲେଶ୍ୱରୀଙ୍କ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ଘରେ ନୂଆ ଚାଉଳରେ ପ୍ରସ୍ତୁତ ଅନ୍ନ, ପିଠା, ଖିରୀ ଓ ଚୁଡ଼ା ଆସିବା ପରେ ମା’ଙ୍କ ପାଖରେ ଲାଗି ହୋଇଥିଲା । ସମସ୍ତ ପାର୍ଶ୍ବ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଛି । ଘରେ ଘରେ ମଧ୍ୟ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି । ଏହି ମହାନ କୃଷିଭିତ୍ତିକ ପର୍ବ ପାଇଁ ସାରା ପଶ୍ଚିମ ଓଡିଶା ଉତ୍ସବ ମୂଖର ହୋଇପଡିଛି ।


ଆଜି ଭୋରରୁ ମାଁ ସମଲେଶ୍ବରୀଙ୍କ ସମସ୍ତ ନୀତିକାନ୍ତି ସଂପନ୍ନ ହୋଇଥିଲା । ମୁଖ୍ୟ ପୂଜକଙ୍କ ଅମ୍ବିକା ପ୍ରସାଦ ରାୟଙ୍କ ନେତୃତ୍ବରେ ମାଁଙ୍କ ସତନ୍ତ୍ର ଶୃଙ୍ଗାର ସହ ସକାଳ ଧୂପ ଆଦି ନୀତି ଶେଷ ହୋଇଥିଲା । ଏହାପରେ ଲଗ୍ନ ସମୟରେ ପୂଜକ ଶ୍ରୀ ରାୟଙ୍କ ଘରେ ପ୍ରସ୍ତୁତ ହୋଇଥିବା ନୂଆଁ ଧାନର ଚରୁ ଏବଂ କ୍ଷୀରିକୁ ମାଁଙ୍କ ନିକଟରେ ଲାଗି କରାଯାଇଥିଲା । ବେଦ ମନ୍ତ୍ର ପାଠ ସହିତ ସ୍ତୁତିଗାନରେ ସମସ୍ତ ପରିବେଶ ମନ୍ତ୍ରମୁଗ୍ଧ ହୋଇଉଠିଥିଲା । ନବାନ୍ନ ସହିତ କ୍ଷୀରି , ପୁରି , ପିଠାପଣା ଆଦି ଭେଳିକି ଭେଳି ବ୍ୟଞ୍ଜନ ମାଁଙ୍କୁ ପରସା ଯାଇଥିଲା । ଏହାପରେ ମାଁଙ୍କ ସତନ୍ତ୍ର ଆଳତୀ କରାଯାଇଥିଲା । ପରେ ମନ୍ଦିର ପରିସରରେ ଥିବା ସମସ୍ତ ପାର୍ଶ୍ଵ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଥିଲା । ଘଣ୍ଟ , ଶଂଖ , ହୁଳହୁଳିରେ ସମଗ୍ର ପରିବେଶ କମ୍ପି ଉଠିଥିଲା ।

Share

Leave a Reply

Your email address will not be published. Required fields are marked *

15 − 15 =