ଇସ୍ତଫା ଦେଲେ ଗୁରୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ

ଅହମ୍ମଦାବାଦ : ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ । ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ରୁପାଣୀ । ୫ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ରହିଥିଲେ । ସେ କାହିଁକି ଇସ୍ତଫା ଦେଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେପଟେ ଇସ୍ତଫା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ମୁଁ ତାହା ତୁଲାଇବି । ୨୦୨୨ରେ ଗୁଜୁରାଟରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଏଭଳି ସମୟରେ ଇସ୍ତଫା ଦେବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେବେ କର୍ଣ୍ଣାଟକ, ଉତ୍ତରାଖଣ୍ଡ ପରେ ଏବେ ଗୁଜୁରାଟରେ ବଦଳିବେ ମୁଖ୍ୟମନ୍ତ୍ରୀ । ଦଳ କାହାକୁ ଦାୟିତ୍ୱ ଦେବ ତାଉପରେ ରହିଛି ସମସ୍ତଙ୍କ ନଜର ।

Share

Leave a Reply

Your email address will not be published. Required fields are marked *

19 − twelve =