ଆସନ୍ତା 29 ତାରିଖରୁ ମେ 7 ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା

ଆସନ୍ତା 29 ତାରିଖରୁ ମେ 7 ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷା ପରିଚାଳନା ନେଇ ବିଏସଇ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ, 3203 ପରୀକ୍ଷା କେନ୍ଦ୍ରରେ ମୋଟ 5 ଲକ୍ଷ 71 ହଜାର 909 ଜଣ ପିଲା ପରୀକ୍ଷା ଦେବେ । 315ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରଖାଯିବା ବ୍ୟବସ୍ଥା କରାଯାଇଛି । ଖରାକୁ ଦୃଷ୍ଟିରେ ରଖି ଓପନ ସ୍କୁଲ ପରୀକ୍ଷା କେନ୍ଦ୍ରରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମେ 2 ଓ 4ରେ ହେବାକୁ ଥିବା ମଧ୍ୟମା ପରୀକ୍ଷା 9 ଓ 10 ତାରିଖକୁ ବୋର୍ଡ କର୍ତ୍ତୃପକ୍ଷ ଘୁଞ୍ଚାଇ ଦେଇଛନ୍ତି । ସେହିପରି ଓପନ ସ୍କୁଲର ତିନୋଟି ପରୀକ୍ଷା 8, 9 ଓ 10 ତାରିଖରେ କରାଯିବ । ତେବେ ମାଟ୍ରିକ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

one × five =