ଆଜିଠୁ ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା ।ଦୁଇ ବର୍ଷ ପରେ ଅଫଲାଇନ୍ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ।
ସୂଚନାଯୋଗ୍ୟ ଯେ, ୨୦୨୦ରେ କୋରୋନା ଯୋଗୁଁ ଯୁକ୍ତ ଦୁଇ ପରୀକ୍ଷା ଅଧାରୁ ବାତିଲ ହୋଇଥିବାବେଳେ ୨୦୨୧ରେ ସମ୍ପୂର୍ଣ୍ଣ ବାତିଲ କରାଯାଇଥିଲା । ମେ’ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଯୁକ୍ତ ଦୁଇ ପରୀକ୍ଷା । ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ମୋଟ ୧ ହଜାର ୧୩୩ଟି କେନ୍ଦ୍ରରେ ହେବ ପରୀକ୍ଷା ଚାଲିଛି ।

କଳାରେ ୨ ଲକ୍ଷ ୧୩ ହଜାର ୪୩୨ , ବିଜ୍ଞାନରେ ୭୮ ହଜାର ୭୭, ବାଣିଜ୍ୟରେ ୨୪ ହଜାର ୧୩୬ ପିଲା ପରୀକ୍ଷା ଦେଉଛନ୍ତି । ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − twelve =