ବନ୍ଧାହେଲେ ମନୀଷଙ୍କ ୩ ସାଙ୍ଗ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଧିରେ ଧିରେ ଖୋଲିବାକୁ ଲାଗିଛି । ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ବନ୍ଧାହେଲେ ୩ ସାଙ୍ଗ । ଘନ ଘନ ଜେରା ପରେ ମନୀଷଙ୍କ ୩ ସାଙ୍ଗକୁ ଗିରଫ କରିଛି କମିଶନରେଟ୍ ପୋଲିସ । ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନ୍ନା, ଦିନେଶ ମହାପାତ୍ର ଓରଫ ଲିଟୁ ଓ ଅମ୍ରିତ ବିଶ୍ୱାଳଙ୍କୁ ଗିରଫ କରିଛି ପୋଲିସ । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧିଛି । ସେପଟେ ଆଜି ଆସିବ ପୋଷ୍ଟମର୍ଟମ ରିପୋର୍ଟ । ମନୀଷଙ୍କ ସହ ରାଜଧାନୀର ବିଭିନ୍ନ ବାରରେ ମଦ ପିଇଥିଲେ ମୃତ୍ୟୁଞ୍ଜୟ ମିଶ୍ର, ଦିନେଶ ମହାପାତ୍ର । ପରେ ବିଲ୍ ଭରିବାକୁ ନେଇ ମନୀଷଙ୍କ ସହ ହୋଇଥିଲା ଝଗଡ଼ା । ବାପାଙ୍କୁ ଫୋନ୍ କରି ମନୀଷ ଟଙ୍କା ମାଗି ବିଲ୍ ପୈଠ କରିଥିଲେ । ଆଉ ଭୋରରୁ ପାତ୍ରପଡ଼ାର ଏକ ପୋଖରିରୁ ମିଳିଥିଲା ମନୀଷଙ୍କ ମୃତଦେହ । ଫେରାର୍ ହୋଇ ଯାଇଥିଲେ ଅଭିଯୁକ୍ତ ।

Share

Leave a Reply

Your email address will not be published. Required fields are marked *

19 − fourteen =