ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ଶିବ ମନ୍ଦିରରେ ଭିଡ, ଶ୍ରୀ ଲିଙ୍ଗରାଜ ମନ୍ଦିରରେ ରାତି ୧୦ରେ ଉଠିବ ମହାଦୀପ

ଆଜି ପବିତ୍ର ମହାଶିବରାତ୍ରି। ଜାଗର ପାଇଁ ସକାଳୁ ସକାଳୁ ବିଭିନ୍ନ ଶିବ ମନ୍ଦିରରେ ଓ ଶୈବପୀଠରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିଛି । ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କୋଭିଡ୍ କଟକଣା ଭିତରେ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି। ଆଜି ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ। ଜାଗର ଉପଲକ୍ଷେ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ। ଟ୍ରାଫିକ ଏକ ବଡ଼ ଚ୍ୟାଲେଞ୍ଜ ଥିବା ବେଳେ ଏ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ଡିସିପି ଏହାର ଦାୟିତ୍ୱ ନେଇଛନ୍ତି।

Share

Leave a Reply

Your email address will not be published. Required fields are marked *

six − six =