୧୨ ବର୍ଷ ପରେ ଓଡ଼ିଆ ବନ୍ଧୁଙ୍କୁ ଚିହ୍ନିଲେ ରାଷ୍ଟ୍ରପତି , କିଏ ଏହି ବନ୍ଧୁ ଜାଣନ୍ତୁ …

ଭୁବନେଶ୍ୱର()  ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି କାର୍ୟ୍ୟକ୍ରମ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ ଥିଲେ।ଆଉ ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଥାଇ ମଧ୍ୟ ରାଷ୍ଟ୍ରପତିଙ୍କ ନଜର ପଡିଥିଲା ଗୋଟିଏ ପଗଡି ଉପରେ । ପଗଡି ଦେଖି ପୁରୁଣା ବନ୍ଧୁଙ୍କୁ ଚିହ୍ନିପାରିଥିଲେ ରାଷ୍ଟ୍ରପତି ।

ସୂଚନା ଅନୁସାରେ ବାଣୀବିହାରର ସଭା ସରିଆସୁଥିବା ବେଳେ ସାମ୍ନାକୁ ଆସଥିଲା ଏମିତି କାହାଣୀ । ହଠାତ୍ ମଞ୍ଚ ଉପରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କଲେ । ପୂର୍ବତନ ସାଂସଦ ବୀରଭଦ୍ର ସିଂଙ୍କୁ ଭେଟିବାକୁ ଇଚ୍ଛୁକ ରାଷ୍ଟ୍ରପତି । ତୁରନ୍ତ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ବୀରଭଦ୍ରଙ୍କୁ ପାଛୋଟି ନିଆଯାଇଥିଲା । ମଞ୍ଚ ପଛର ଅଭ୍ୟର୍ଥନା କୋଠରୀରେ ବେଶ୍ କିଛି ସମୟ ହସଖୁସିରେ ବିତାଇଥିଲେ ରାଷ୍ଟ୍ରପତି ଓ ବୀରଭଦ୍ର । ଧୀରେ ଧୀରେ ସାମ୍ନାକୁ ଆସିଥିଲା ରାଷ୍ଟ୍ରପତିଙ୍କ ସହ ମୟୂରଭଞ୍ଜର ଏହି ପୁରୁଖା ଆଦିବାସୀ ନେତାଙ୍କ ଘନିଷ୍ଠତା ।

ହେଲେ ୨୦୦୬ ପରଠାରୁ ଆଉ ଦେଖା ନାହିଁ । ଏମିତି କେତେ ସାଂସଦ, ମନ୍ତ୍ରୀ, ପୂର୍ବତନ ସାଂସଦଙ୍କୁ ଅତୀତରେ ଭେଟିଥିବେ ରାଷ୍ଟ୍ରପତି । ତେଣୁ ଏ ଭିଡ଼ ଭିତରେ ତାଙ୍କୁ ଚିହ୍ନିବେ ଓ ଡାକିବେ ସେ ବିଶ୍ୱାସ କିନ୍ତୁ ନ ଥିଲା ବୀରଭଦ୍ରଙ୍କ । ବନ୍ଧୁବତ୍ସଳ ରାମନାଥ ନିଜ ଆଡ଼ୁ ବୀରଭଦ୍ରଙ୍କ ସହ ଫଟୋ ବି ଉଠାଇଥିଲେ । ରାଷ୍ଟ୍ରପତି ଭବନ ଯିବାକୁ ନିମନ୍ତ୍ରଣ ବି ଦେଇଛନ୍ତି । ଅଣକଂଗ୍ରେସର ଟାଣୁଆ ଆଦିବାସୀ ନେତା ଭାବେ ଦିନେ ବୀରଭଦ୍ରଙ୍କ ଥିଲା ରାଜ୍ୟରେ ବଡ଼ ପରିଚୟ । ବିଧାୟକ, ମନ୍ତ୍ରୀ ଓ ପରେ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

four × five =