କଳାହାଣ୍ଡି କହେ କଥା, ବିଶ୍ଵକୁ ଦେଖାଏ ବିକାଶର ଗାଥା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ବାସୀଙ୍କ ପାଇଁ ୨୦୮୫ କୋଟି ୨୦ ଲକ୍ଷ ୯୦ ହଜାର ଟଙ୍କାରୁ ଉର୍ଦ୍ଧ ୧୦୬ଟି ପ୍ରକଳ୍ପର ଉପହାର ନେଇ ଆସିଛନ୍ତି । କଳାହାଣ୍ଡିର ସାମଗ୍ରୀକ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି । ଜିଲ୍ଲାର ସବୁ ବ୍ଲକ ଓ ପଞ୍ଚାୟତ ଏହି ବିକାଶ ଯାତ୍ରାରେ ସାମିଲ ହୋଇଛନ୍ତି । ୧୦୬୪.୮୬୨ କୋଟି ଟଙ୍କାର ୫୪ଟି ପ୍ରକଳ୍ପ ଆଜି ଉଦଘାଟିତ ହୋଇଥିଲା ବେଳେ ୧୦୨ ୦.୩୪୭ କୋଟି ଟଙ୍କାର ୫୨ଟି ବିଭିନ୍ନ ପ୍ରକଳ୍ପ କାମର ଶୁଭାରମ୍ଭ ହୋଇଛି ।

୯୮୬ କୋଟି ୭୧ ଲକ୍ଷ ଟଙ୍କାର ପର୍ବତଗିରି ଉଠାଜଳସେଚନ ପ୍ରକଳ୍ପ ଦ୍ବାରା କଳାହାଣ୍ଡିର ଜୟପାଟଣା ଓ ଧର୍ମଗଡ ବ୍ଲକ ସରଡ ଗ୍ରାମପଞ୍ଚାୟତର ୨୫ ହଜାର ୨୭୫ ହେକ୍ଟର ଜମିକୁ ଖରିଫ ଋତୁରେ ଜଳସେଚିତ
କରାଯାଇପାରିବ । ଏଥିରେ ୩ ଲକ୍ଷ ଲୋକ ଉପକୃତ ହେବେ । ପମ୍ପ ଯୋଗେ ଏହି ପ୍ରକଳ୍ପରୁ ଜୟପାଟଣା ବ୍ଲକର ଆଉ ଏକ ହଜାର ଜମିକୁ ପାଣି ଯୋଗାଇ ଦିଆଯିବ । ଏତଦ୍‌ବ୍ୟତିତ କର୍ଲାମୁଣ୍ଡା, କେସିଙ୍ଗା ଓ ନର୍ଲା ବ୍ଲକର ୫ ହଜାର ହେକ୍ଟର ଜମିକୁ ପାଣି ଯୋଗାଇବା ପାଇଁ ଖୁବଶୀଘ୍ର ଏକ ବ୍ୟାରେଜ ପ୍ରକଳ୍ପ ଆରମ୍ଭ
କରାଯିବ।

ସେହିପରି ସଂପୂର୍ଣ୍ଣ ହୋଇଥିବା ବିଭିନ୍ନ ଚେକଡ୍ୟାମ ଆଦି ଯୋଜନାରୁ ଜିଲ୍ଲାର ୨୯୦ ହେକ୍ଟର ଜମି ଜଳସେଚନ ସୁବିଧା ପାଇପାରିବେ । ୫ଟି ଜଳସେଚନ ପ୍ରକଳ୍ପ ପାଇଁ ୪୩୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ । ଏହାଦ୍ବାରା ଜିଲ୍ଲାର ୧୦,୫୦୦ ହେକ୍ଟରରୁ ଅଧିକ ଚାଷ ଜମି ଜଳସେଚିତ ହେବ । ନର୍ଲାଠାରେ ୬୦ କୋଟି ଟଙ୍କା ବ୍ୟୟରେ ସଭେଟା ବୃହତ ଉଠାଜଳସେଚନ ପ୍ରକଳ୍ପ ନିର୍ମିତ ହୋଇଛି । ଏହି ପ୍ରକଳ୍ପ ଦ୍ବାରା ନର୍ଲା ବ୍ଲକର
ଗ୍ରାମପଞ୍ଚାୟତଗୁଡିକରେ ୧୫୦୦ ହେକ୍ଟର ଜମି ଜଳସେଚିତ ହୋଇପାରିବ । ୪୧ କୋଟି ଟଙ୍କା ବ୍ୟୟରେ ଚମ୍ପାଦେଇପୁର ବୃହତ ଉଠାଜଳସେଚନ ପ୍ରକଳ୍ପ ଲାଞ୍ଜିଗଡ଼ ବ୍ଳକରେ କରାଯାଉଛି। ୨୩ ହଜାରରୁ ଅଧିକ ଲୋକ ଜଳସେଚନର ସୁବିଧା ପାଇବେ ।

୬୮ କୋଟିରୁ ଅଧିକ ଟଙ୍କାରେ ଗୋପୀନାଥପୁର ବୃହତ ଉଠାଜଳସେଚନ ପ୍ରକଳ୍ପ ଥୁଆମୂଳ ରାମପୁର ବ୍ଲକର ୧୮୪୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇବ । ୪୨ କୋଟି ଟଙ୍କା ବ୍ୟୟରେ ଟେରାଙ୍ଗସିଲ୍ ବୃହତ ଉଠା ଜଳସେଚନ ପ୍ରକଳ୍ପ ଦ୍ଵାରା ଥୁଆମୁଳ ରାମପୁର ପଞ୍ଚାୟତରେ ୧୦୦୦୦ରୁ ଅଧିକ ଲୋକ ଉପକୃତ
ହେବେ ।  ୨୨୮ କୋଟି ଟଙ୍କା ବ୍ୟୟରେ ସାନ୍ଦୁଲ୍ ଜଳସେଚନ ପ୍ରକଳ୍ପ ଏମ୍ .ରାମପୁର ବ୍ଲକର ୨୯ଟି ଗାଁରେ ୫ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇବ ସହ ୫ ହଜାର ଲୋକକୁ ପାନୀୟ ଜଳର ସୁବିଧା ଯୋଗାଇବ । ସାମାଜିକ ଶିଶୁ ସୁରକ୍ଷାରେ ନାବାଳକ ପିଲାମାନେ ସମୟ ସମୟରେ ବିଭିନ୍ନ
କାରଣରୁ ଆଇନର ପରିସରକୁ ଆସିଯାଆନ୍ତି ।

କଳାହାଣ୍ଡିର ଭବାନୀପାଟଣାଠାରେ ଏହିଭଳି ପିଲାମାନଙ୍କ ସାମୟିକ ରହଣି ପାଇଁ ୩.୫ କୋଟି ଟଙ୍କା ବ୍ୟୟରେ ଅବଜରବେସନ ହୋମ କରାଯାଇଛି । କଳାହାଣ୍ଡିରେ ଆଜି ସମୁଦାୟ ୬୧ କୋଟି ୧୨ ଲକ୍ଷ କୋଟି ଟଙ୍କାର ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯାଇଛି। କାଶୀପୁର ଚନ୍ଦ୍ରଗିରିଠାରେ ୨୦୦୩୩ କେଭି ଗ୍ରୀଡରୁ ଏକ ବିକଳ୍ପ ୩୩ କେଭି ଫିଡ୍‌ ଲାଇନ ଜରିଆରେ ଥୁଆମୂଳ ରାମପୁରର ୩୧/୧୧ କେଭି ସବସେଷ୍ଟନକୁ ସଂଯୋଗ କରାଯାଇଛି । ୨୫ କେଭି ଦୀର୍ଘ ଏହି ଫିର ଲାଇନ ପାଇଁ ୪.୪୩ କୋଟି ଟଙ୍କା ବ୍ୟୟ ହେବ ।
୫୨ କୋଟି ବ୍ୟୟରେ ଗୋଲାମୁଣ୍ଡା, ଧର୍ମଗଡ, ଜୁନାଗଡ ଆଦି ୩ ବ୍ଳକର ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଉନ୍ନତ ବିଜୁଳି ସେବା ପାଇପାରିବେ ।

ଗୋଲାମୁଣ୍ଡା ବ୍ଲକରେ ୪.୬୯ କୋଟି ଟଙ୍କାରେ ଏହି ଫିଡର ଲାଇନ ଯୋଗୁ ଚାଷୀ ଭାଇମାନେ କପା, ବାଦାମ ସହ ଆହୁରି ଅନେକ ପ୍ରକାର ଫସଲ କରିବା ପାଇଁ ସୁବିଧାରେ ବିଜୁଳି ପାଇପାରିବେ । କଳାହାଣ୍ଡିରେ ୧୪ କୋଟିରୁ ଅଧୁକ ଟଙ୍କାରେ ସାସ୍ଥ୍ୟ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯାଇଛି । ୩.୩୨ କୋଟି ଟଙ୍କା ବ୍ୟୟରେ ଏକ ବିଶ୍ରାମସ୍ଥଳୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ନିର୍ମାଣ କରାଯିବ । ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ୯.୮ କୋଟି ଟଙ୍କା ବ୍ୟୟରେ ୩୦ ଶର୍ଯ୍ୟା ବିଶିଷ୍ଟ ଏକ ମାତୃ ଓ ଶିଶୁ ଚିକିତ୍ସାଳୟ ନିର୍ମାଣ କରାଯିବ । କଳାହାଣ୍ଡି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ୩୯.୪ ଲକ୍ଷ ଟଙ୍କା ବ୍ୟୟରେ ଏକ ମଡ୍ୟୁଲାର ରୋଷେଇ ଘର ନିର୍ମାଣ କରାଯିବ । ଏହା ଦ୍ଵାରା ୫୦୦ ରୋଗୀ ଦୈନିକ ପୁଷ୍ଟିକର ଖାଦ୍ୟ ପାଇପାରିବେ।

କଳାହାଣ୍ଡିରେ ଆଜି ୨ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରାଯାଉଛି। ଏହା ଦ୍ଵାରା ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ପାଇଁ ଭିତ୍ତିଭୂମି ସୁଦୃଢ ହେବ । ୨୫ଶହରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । କେସିଙ୍ଗାର କୁର୍ଲିପଡାଠାରେ ୨୬ କୋଟି ଟଙ୍କା ବ୍ୟୟରେ ଏକ ବହୁକ୍ଷେତ୍ରୀୟ ଏମ୍‌ଏସ୍‌ଏମ୍‌ଇ ପାର୍କ ନିର୍ମାଣ କରାଯିବ । ଏହି ପାର୍କ ଦ୍ଵାରା ୨୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ସୁଯୋଗ ଆଣିବାସହିତ ୧୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି କରିପାରିବ । କେସିଙ୍ଗାର କୁପଡାଠାରେ ୨୧ କୋଟି ଟଙ୍କା ବ୍ୟୟରେ ୫୦ ଏକର ପରିମିତ ଅଞ୍ଚଳରେ ଏକ ଫୁଡ ପାର୍କ ନିର୍ମାଣ କରାଯିବ । ଏହା ମାଧ୍ୟମରେ ୨୦୦୦ କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବା ସହ ୧୫୦୦ରୁ ଅଧୁକ ନିଯୁକ୍ତି ସୃଷ୍ଟି ହେବ ।

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ଲକ୍ଷ ଲକ୍ଷ ଲୋକଙ୍କ ଗମନାଗମନ ଓ ପରିବହନ ତଥା ବ୍ୟବସାୟଗତ ସୁବିଧା ପାଇଁ ପୋଖରୀ ବନ୍ଧ ଲାଞ୍ଜିଗଡ ରାସ୍ତା, ରାମପୁର ସିରିଡା କୁର୍ଲାମୁଣ୍ଡା ରାସ୍ତା, ଗୋଲାମୁଣ୍ଡାରୁ ବୋରଡା ରାସ୍ତା, ଭବାନୀପାଟଣା ରାୟଗଡ଼ା ରାସ୍ତାର ପ୍ରଶସ୍ତିକରଣ ତଥା ସୁଦୃଢୀକରଣ ସହିତ ଏହାକୁ ବହୁ ଲେନ ବିଶିଷ୍ଟ କରିବା ପାଇଁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ୨୦୧୮-୧୯ ବର୍ଷରେ ରାଜ୍ୟ ଯୋଜନା ଅଧନରେ ବାଲିପଡା ରୂପା ରାସ୍ତାର ମାତୁଲୁ ନାଳ, ସିଡିଙ୍ଗାପଡା ଯୋର, କର୍ଲାମୁଣ୍ଡା ରାସ୍ତା ଭଙ୍ଗାମୁଣ୍ଡା ନାଳ ଉପରେ ହାଇଲେବଲ ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ବିଜୁ ସେତୁ ଯୋଜନାରେ ଏହି ଜିଲ୍ଲାର ବିଭିନ୍ନ ବ୍ଲକରେ ସେତୁ ନିର୍ମାଣ
ହୋଇଛି । ଭବାନୀପାଟଣା ସଂୟଶାସିତ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୩୧୧.୭୯ ଲକ୍ଷ ଟଙ୍କା ବ୍ୟୟ କରାଯିବ । ଏଥିରେ ବିଶ୍ୱ ବ୍ୟାଙ୍କ ସହାୟତା କରିବ ।

ବସ୍ତିବାସିନ୍ଦା ସଂଘ ଏବଂ ସୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କର ବିଭିନ୍ନ ସାମାଜିକ, ଆର୍ଥୀକ, ଧାର୍ମିକ ଏବଂ ଶିକ୍ଷାଗତ କାର୍ଯ୍ୟକଳାପକୁ ଉତ୍ସାହିତ କରିବା ପାଇଁ ୫.୫ ଲକ୍ଷ ଟଙ୍କାରେ ପରିଚୟ ଗୃହ ଉଦ୍‌ଘାଟିତ ହେବ ।
୩୩. ସେହିଭଳି ହିଞ୍ଜିଳିବାହାଲି, ଗୋପବନ୍ଧୁନଗର ଏବଂ ୱାର୍ଡ ନମ୍ବର ୧୦, ୱାର୍ଡ ନଂ ୧୨ଠାରେ ପରିଚୟ ଗୃହ ଉଦ୍ଘାଟିତ ହେବ । ଜୁନାଗଡ ଏନ୍ଏସି ସ୍ଥିତ ଚକ୍ଷୁ ହସ୍ପିଟାଲର ବିପରିତ ପାର୍ଶ୍ଵରେ ପରିମଳ ବ୍ୟବସ୍ଥା ପରିଚାଳନା ନିମନ୍ତେ ୬.୭୦ ଲକ୍ଷ ଟଙ୍କାରେ ଏକ ମାଟେରିଆଲ ରିକଭରି ଫାସିଲିଟିଜ୍ ଉଦ୍‌ଘାଟିତ ହେବ। ଭବାନୀପାଟଣା ସହରରେ ଟାଉନ୍ ହଲର ଦ୍ବିତୀୟ ପର୍ଯ୍ୟାୟ ନିର୍ମାଣ ପାଇଁ ଭିଭିପ୍ରସ୍ତର ସ୍ଥାପନ କରାଯିବ। କେସିଙ୍ଗାରେ ଏକ ନୂତନ ବାସଉପଯୋଗୀ ବସତି ନିର୍ମାଣ କରାଯିବ । ଏଥିରେ ୪୪ଟି ବସ୍ତୀବାସିନ୍ଦା ପରିବାର ମର୍ଯ୍ୟାଦାଜନକ ପୁନର୍ବାସର ସୁଯୋଗ ପାଇବେ ।

ଭବାନୀପାଟଣା ପୌରାଞ୍ଚଳ, କେସିଙ୍ଗା ଏନ୍ଏସି, ଧର୍ମଗଡ ଏନ୍ଏସି, ଜୁନାଗଡ ଏନ୍ଏସିରେ ସ୍ମାର୍ଟ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେସିଙ୍ଗା ଏଏସି, ଧର୍ମଗଡ ଏନ୍‌ଏସି, ଜୁନାଗଡ ଏନ୍ଏସିରେ ଶ୍ମଶାନ
ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର କରାଯାଇଛି । ଗୋଲାମୁଣ୍ଡା ବ୍ଲକର ୨୮ ଗ୍ରାମପଞ୍ଚାୟତର ବାସିନ୍ଦାଙ୍କୁ ବିଷୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ସେହିଭଳି ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ପାଇଁ କଲ୍ୟାଣ ମଣ୍ଡପ, ମିଶନ ଶକ୍ତି ଗୃହ, ଗ୍ରାମପଞ୍ଚାୟତ ଗୃହ, ଯୋଗାଣ ବିଭାଗର ଗୋଦାମ ଗୃହର ଉଦ୍‌ଘାଟନ ହେବ।

ସେହିଭଳି କୃଷି ବଜାର ଭିତ୍ତିଭୂମିର ବିକାଶ ପାଇଁ କୁମାରୀଗୁଡା, ବନ୍ଦିଗାଁ, ଡାଲଗୁମା, ଭବାନୀପାଟଣାରେ ନୂତନ ମାର୍କେଟ ୟାର୍ଡ ବା ମଣ୍ଡି ଉଦ୍ଘାଟିତ ହୋଇଛି । କେସିଙ୍ଗା, ଭବାନୀପାଟଣା, ସିକେରକୁପା, ତୁଦୁଲା ପ୍ରାଥମିକ କୃଷି ସେବା, ମୋହନଗିରି ପ୍ରାଥମିକ କୃଷି ସେବା ସମିତି ନିମନ୍ତେ ବହୁମୁଖୀ ଗୋଦାମ ଗୃହ
ନିର୍ମାଣ ପାଇଁ ଭିଭିପ୍ରସ୍ତର ସ୍ଥାପନ କରାଯାଇଛି । ସେହିପରି କ୍ରୀଡାଭିଭିଭୂମିର ବିକାଶ ପାଇଁ ଭବାନୀପାଟଣାରେ ଥିବା ଜିମ୍ନାସିୟମ ଓ ଇଣ୍ଡୋର ହଲ, କେସିଙ୍ଗା ଏନ୍ଏସିରେ ଇଣ୍ଡୋର ହଲ, ଧର୍ମଗଡ଼ ଏନ୍‌ଏସିରେ ସୋର୍ଟସ ଇଣ୍ଡୋର ହଲ, ଭବାନୀପାଟଣାସ୍ଥିତ କ୍ରୀଡାଛାତ୍ରାବାସ ନିମନ୍ତେ ଖେଳ ପଡ଼ିଆର ଉନ୍ନତିକରଣ ପାଇଁ ଭିଭିପ୍ରସ୍ତର ସ୍ଥାପନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

11 + one =