ପୁରୀରେ ଝୁଲଣ ଯାତ୍ରା ଆରମ୍ଭ

ପୁରୀ: ଗତକାଲିଠାରୁ ଶ୍ରୀମନ୍ଦିରରରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ୭ ଦିନ ଧରି ଚାଲିବାକୁ ଥିବା ଝୁଲଣ ଯାତ୍ରାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏହି ଅବସରରେ ଶ୍ରୀମନ୍ଦିରର ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତି । ଆଜି ମଧ୍ୟାହ୍ନ ଧୂପ ପରେ ତିନିବାଡରେ ସର୍ବାଙ୍ଗ ଲାଗି ଓ ବେଶ ହେବ । ମହାଜନମାନେ ସିଂହାସନରୁ ଲକ୍ଷ୍ମୀ, ସରସ୍ବତୀ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଆଣି ଖଟ ଶେଯରେ ବିଜେ କରାଇବେ। ବିଭିନ୍ନ ମନ୍ଦିରରେ ପ୍ରସ୍ତୁତ ହୋଇଛି ଝୁଲଣ କୁଞ୍ଜ। ଝୁଲଣ ଯାତ୍ରାରେ ସୁସଜ୍ଜିତ ରାଧା ଦାମୋଦରଙ୍କୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପୁରୀରେ ଭିଡ ଜମାଇଛନ୍ତି।

Share

Leave a Reply

Your email address will not be published. Required fields are marked *

3 × 1 =