ୟୁନିଫର୍ମରେ ଲାଗିଲା କଳଙ୍କ : ଯୁବତୀଙ୍କ ଗଣଦୁଷ୍କର୍ମ ଅଭିଯୋଗରେ କନେଷ୍ଟବଳ ଅଟକ

ପୁରୀ () ଜଣେ ଯୁବତୀଙ୍କୁ ଘରେ ଛାଡିଦେବାକୁ କହି ଗଣଦୁଷ୍କର୍ମ କରାଯାଇଛି । ଏନେଇ ଯୁବତୀ ଜଣକ କୁମ୍ଭାରପଡା ଥାନାରେ ଅଭିଯୋଗ କରିଛନ୍ତି । ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣଙ୍କର ପର୍ସକୁ ଅକ୍ତିଆର କରିଥିଲେ ଯୁବତୀ । ଆଶ୍ଚର୍ଯ୍ୟର କଥା ହେଉଛି ଏହି ପର୍ସଟି ଜଣେ କନେଷ୍ଟବଳଙ୍କର ବୋଲ ଜଣାପଡିଛି ।

କାକଟପୁରରେ ନିଜ ଘରେ ଛାଡିଦେବେ ବୋଲି କହି ନିମାପଡା ବସଷ୍ଟାଣ୍ଡରୁ ଜଣେ ଯୁବତୀଙ୍କୁ ଲିଫ୍ଟ ଦେଇଥିଲେ ଚାରି ଜଣ ବ୍ୟକ୍ତି । ସେମାନେ ନିଜକୁ ପୋଲିସ ବୋଲି ପରିଚୟ ଦେଇଥିଲେ । ପୁରୀର ଝାଡେଶ୍ୱରୀ କ୍ଲବ ନିକଟ ସରକାରୀ କ୍ୱାଟର୍ସରେ ଯୁବତୀଙ୍କ ଗଣଦୁଷ୍କର୍ମ ହୋଇଥିଲା । ଯୁବତୀ ଜଣକ ଅକ୍ତିଆର କରିଥିବା ପର୍ସକୁ ନେଇ କୁମ୍ଭାରପଡା ଥାନାରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଦୁଇ ଜଣ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି । ଆଉ ଦୁଇ ଜଣ ବାହାରୁ କବାଟ ଦେଇ ଜଗିଥିଲେ ।

ପର୍ସରୁ ମିଳିଥିବା ଏକ ଆଧାରକାର୍ଡ ଅନୁଯାୟୀ ଏହା କନେଷ୍ଟବଳ ଜିତେନ୍ଦ୍ର ସେଠୀଙ୍କର । ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଜିତେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚ୍ଚରା କରୁଛନ୍ତି । ପୁରୀ ସହର ମଧ୍ୟରେ ପୋଲିସ ପରିଚୟ ଦେଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଗୋଟେପଟେ ହାଇଦ୍ରାବାଦ ଘଟଣା ପରେ ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ପୋଲିସ ମାର୍ଗଦର୍ଶିକା ଜାରି କରୁଥିବା ବେଳେ ଅନ୍ୟପଟେ ସେହି ରକ୍ଷକଙ୍କ ନିକଟରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି । ଯଦି ପୋଲିସ ୟୁନିଫର୍ମରେ ରହୁଥିବା ବ୍ୟକ୍ତିମାନେ ମହିଳାଙ୍କ ପାଇଁ ନର ରାକ୍ଷସା ସାଜିବେ ତେବେ ସୁରକ୍ଷା ଦେବ କିଏ ।

ଯୁବତୀଙ୍କ ଅଭିଯେ୍ାଗ ଅନୁଯାୟୀ ସେ ଭୁବନେଶ୍ୱରରୁ ତାଙ୍କ ଘର କାକଟପୁର ଯାଉଥିଲେ । ନିମାପଡାଠାରେ ହୋଟେଲରେ ଖାଇବାକୁ ଓହ୍ଲାଇଥିଲେ । ବସ ଫେଲ ହେବାରୁ ଆଉ ଗୋଟେ ବସ ପାଇଁ ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । ସେହି ସମୟରେ ତାଙ୍କ ପଖରେ ଏକ କାର ଲାଗିଲା । କାରରେ ଥିବା ଲୋକେ ତାଙ୍କୁ ପୋଲିସ ପରିଚୟ ଦେଇ ଘରେ ଛାଡିଦେବେ ବୋଲି କହିଥିଲେ । ସେ ମନା କରିବାକୁ ତାଙ୍କୁ ଉଠାଇନେଇଥିଲେ ।

Share

Leave a Reply

Your email address will not be published. Required fields are marked *

5 × 5 =