କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା,ବିଜେଡିରୁ ଇସ୍ତଫା ଦେଲେ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ନିକଟରେ ତାଙ୍କ ପିତା ତଥା ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ମୃତ୍ୟୁପରେ କୌଣସି ବିଜେଡି ନେତା ତାଙ୍କ ଶେଷ ଦର୍ଶନ ପାଇଁ ଯାଇ ନ ଥିବାରୁ ଏହା ଶ୍ରୀ ପଣ୍ଡାଙ୍କୁ ବେଶ୍‌ ବ୍ୟଥିତ କରିଥିଲା। ଦଳ ଭିତରେ ନିଜକୁ ଅଲୋଡ଼ା ଭାବିବା ସହିତ ତାଙ୍କ ଭିତରେ ଥିବା ସମସ୍ତ କ୍ଷୋଭକୁ ଏକ ୩ ପୃଷ୍ଠା ସମ୍ବଳିତ ପତ୍ରରେ ଉଲ୍ଲେଖ କରିବା ସହିତ ଶ୍ରୀ ପଣ୍ଡା ବିଜେଡିରୁ ଇସ୍ତଫା ଦେଉଥିବା ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ପରେ ପିତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଶେଷ ହେବା ପରେ ସେ ଲୋକ ସଭାର ବାଚସ୍ପତିଙ୍କୁ ସାଂସଦ ପଦରୁ ଇସ୍ତଫା ନେଇ ତାଙ୍କ ପତ୍ର ପ୍ରଦାନ କରିବେ ବୋଲି ଣ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

19 + fifteen =