ଜଲଦ ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର: ଜଳଦ ତ୍ରିପାଠୀଙ୍କୁ ରାଜ୍ୟର ନୂଆ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ଆଜି ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତାମିଲନାଡୁର ପୂର୍ବତନ ଡିଜି ଜଳଦ ତ୍ରିପାଠୀ, ସୁନୀଲ କୁମାର ମିଶ୍ରଙ୍କ ସ୍ଥାନ ନେଇଛନ୍ତି । ସୁନୀଲ କୁମାର ମିଶ୍ର ସିଆଇସି ପଦରୁ ଗତମାସ ୧୫ ତାରିଖରେ ଅବସର ନେଇଥିଲେ । ୧୯୮୫ ବ୍ୟାଚ୍ର ତାମିଲନାଡୁ କ୍ୟାଡରର ଆଇପିଏସ ଅଫିସର ଜଳଦ ତ୍ରିପାଠୀଙ୍କ ସମେତ ରାଜ୍ୟର ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ ଓ ଆଇପିଏସ ଏମ. ଅକ୍ଷୟଙ୍କ ନାଁ ସିଆଇସି ପଦବୀ ପାଇଁ ସର୍ଟଲିଷ୍ଟରେ ଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ଜଳଦ ତ୍ରିପାଠୀଙ୍କ ନାଁରେ ମୋହର ମାରିଥିଲେ । ଜଳଦ ତ୍ରିପାଠୀ ଏ ବର୍ଷ ଜୁନ୍ ୩୦ ତାରିଖରେ ତାମିଲନାଡୁ ଡିଜି ପଦବୀରୁ ଅବସର ନେଇଥିଲେ ।

Share

Leave a Reply

Your email address will not be published. Required fields are marked *

eighteen − five =