ଓଡିଶା ଅଭିଯୋଗକୁ ଫାଙ୍କି ଦେଲା ଛତିଶଗଡ

ପୋଲାଭରମ ପ୍ରକଳ୍ପକୁ ନେଇ ଉଭୟ ଓଡିଶା ଓ ଛତିଶଗଡ ପୂର୍ଣ୍ଣାଙ୍ଗ ତଥ୍ୟ କୋର୍ଟରେ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ଏହି ଦୁଇ ରାଜ୍ୟକୁ ନର୍ଦ୍ଦେଶ ଦେଇଛନ୍ତି ଓ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହକୁ ଏହାର ପରବର୍ତୀ ଶୁଣାଣି ହେବ ବୋଲି କହିଛନ୍ତି । ତେବେ ଏହି ପ୍ରକଳ୍ପ କାର୍ଯ୍ୟରେ ସ୍ଥଗିତାଦେଶ ଦେବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଆଜି ସୁପ୍ରିମକୋର୍ଟରେ ଏ ସମ୍ପର୍କର ସୁଣାଣି ହୋଇଥିଲା । ପୋଲାଭରମ ଦ୍ୱାରା କେତେ ଅଂଚଳ ବୁଡିବ କେତେ ଲୋକ କ୍ଷତିଗ୍ରସ୍ଥ ହେବେ ସବୁ ତଥ୍ୟ ସୁପ୍ରିମକୋର୍ଟକୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟ ସମସ୍ତ ତଥ୍ୟ ପାଇଲା ପରେ ରାଜ୍ୟମାନେ ଜନ ଶୁଣାଣି କରିପାରିବେ ।

ଛତିଶଗଡ ସରକାର ପୂର୍ବରୁ ଦେଇଥିବା ସତ୍ୟପାଠ ପରେ ପୁଣି ଏକ ସତ୍ୟପାଠ ଦେଇ ଓଡଶା ସରକାରଙ୍କୁ ଫାଙ୍କି ଉଡାଇ ଦେଇଛି । ଏଥିରେ ଛତିଶଗଡ କହିଛି ଯେ, ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡିଶାର କୌଣସି କ୍ଷତି ହେବ ନାହିଁ କିମ୍ବା ମହାନଦୀରେ ପ୍ରାକୃତିକ ଜଳ ପ୍ରଭାବ ଉପରେ ଏହାର କୌଣସି ପ୍ରଭାବ ମଧ୍ୟ ପଡିବନି । ଓଡିଶା ସରକାର ଯେଉଁ ତଥ୍ୟ ଦେଇଛନ୍ତି ତାହା ସଂମ୍ପୁର୍ଣ୍ଣ ଭୁଲ ବୋଲି ଛତିଶଗଡ ସରକାର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × two =