ସୁସ୍ଥ ହେଉଛି ଜଗନ୍ନାଥ

ଭୁବନେଶ୍ୱର: ଭୁବନେଶ୍ୱର ଭୀମଟାଙ୍ଗୀ ମର୍ଡର ମିଷ୍ଟ୍ରିର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଛି । ୩ରୁ ୪ ଦିନ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ଏବେ ଜଗନ୍ନାଥ ନିଜେ ନିଜେ ଖିଆ ପିଆ କରୁଛି । ତେବେ ସେ ନିରବ ହୋଇ ବସି ରହୁଥିବା କୁହାଯାଇଛି । ମଝିରେ ଦୁଇଦିନ ବାଉଳି ହେଉଥିଲା ଜଗନ୍ନାଥ । ମନ ଇଚ୍ଛା ଉଠି ପଡ଼ୁଥିଲା ଏବଂ ଶୋଇ ପଡ଼ୁଥିଲା । ଏପରିକି ପ୍ରିୟଙ୍କା କଥା ମନେ ପକାଇ କାନ୍ଦୁଥିଲା । ଯାହାକୁ ଦେଖି ନର୍ସମାନେ ଡରି ଯାଉଥିଲେ । ତେବେ ଆଜି ସୁସ୍ଥ ଥିବା ଏବଂ ଏଭଳି କୌଣସି କାମ କରିନଥିବା ସୂଚନା ମିଳିଛି । ସେପଟେ ଜଗନ୍ନାଥର ବୟାନ ଉପରେ ରହିଛି ସମସ୍ତଙ୍କ ନଜର । କମିଶନରେଟ ପୋଲିସ ଏହାରି ଭିତରେ ତଦନ୍ତ ଜାରି ରଖିଛି । ଗୋଟିଏ ପରେ ଗୋଟିଏ ଖିଅ ଖୋଲିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

1 × 2 =