ଶିଶୁକନ୍ୟା ଦେଶର ଅମୂଲ୍ୟ ସମ୍ପତ୍ତି

ଅନୁଗୁଳ (): ଶିଶୁ କନ୍ୟା ଦେଶର ଅମୂଲ୍ୟ ସମ୍ପତ୍ତି । ସେମାନଙ୍କ ନିରାପତ୍ତା, ସୁରକ୍ଷା ଓ ଅଧିକାର ପାଇଁ ସବୁ ସ୍ତରରେ ଉଦ୍ୟମ ଆବଶ୍ୟକ । ଅନୁଗୋଳ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଓଡିଶା ସରକାର ପକ୍ଷରୁ ଜିଲ୍ଲା ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ଓ ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଅନୀଲ କୁମାର ସାମଲ ଏହା କହିଛନ୍ତି।

ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଏହି ମହୋତ୍ସବରେ ସଭାପତିତ୍ବ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅମେରେନ୍ଦ୍ର ମହାନ୍ତି ଯୋଗ ଦେଇ କନ୍ୟା ଶିଶୁଙ୍କର ପ୍ରତିଭା କେଉଁ ଗୁଣରୁ କମ୍‌ ନୁହେଁ ବୋଲି କହିଥିଲେ । ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଯୋଗଦେଇ ଝିଅ ନାହିଁତ ସଂସାର ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀ,ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ଅଧିକାରୀ ପ୍ରମୁଖ ଯୋଗଦାନ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ୧୫ ଜଣ ପ୍ରତିଭାବାନ କନ୍ୟାରତ୍ନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

Share

Leave a Reply

Your email address will not be published. Required fields are marked *

ten + twenty =