ଝାରସୁଗୁଡାରେ ଅତ୍ୟାଧୁନିକ କ୍ୟାନସର ହସପିଟାଲ

ଝରସୁଗୁଡା () ପଶ୍ଚିମ ଓଡିଶାର ସ୍ବାସ୍ଥ୍ୟ ସେବାର ବିକାଶକୁ ଏକ ନୂଆ ଦିଗନ୍ତ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡାରେ ଏକ ଅତ୍ୟାଧୁନିକ କ୍ୟାନସର ହସପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । 145 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କ୍ୟାନସର ହସପିଟାଲ ପଶ୍ଚିମ ଓଡିଶାର କ୍ୟାନସର ରୋଗୀଙ୍କ ପାଇଁ ବେଶ ସହାୟକ ହେବ ।

ଝାରସୁଗୁଡା ଗସ୍ତରେ ମୁଖ୍ୟମନ୍ତ୍ରୀ ପ୍ରାୟ 618.66 କୋଟି ଟଙ୍କାର ଅକାଧିକ ପ୍ରକଳ୍ପର ଉଦଘାନ ଓ ଶିଳାନ୍ୟାସ କରିଛନ୍ତି । ଝାରସୁଗୁଡା ଓ ଲଖନପୁର ବ୍ଲକରେ ମୁଖ୍ୟମନ୍ତ୍ରୀ 32 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା 6ଟି ଉଠା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ।

ଝାରସୁଗୁଡା ସଦର, କୋଲାବିରା, କିରମିରା ଓ ଲାଇକେରା ବ୍ଲକକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ 388 କୋଟି ଟଙ୍କାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 35 କୋଟି 62 ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତାବିତ ଚୌକିପଦା ରେଲୱେ ଓଭରବ୍ରିଜ, 15 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଝାରସୁଗୁଡା ନିଦାନ କେନ୍ଦ୍ର ଏବଂ 18 କୋଟି 22 ଲକ୍ଷ ଟଙ୍କା ବ୍ୟୟ ବରାଦରେ ଅମରାବତିଠାରେ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ 3489ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠିକୁ ଡିଜିଟାଲ ସଶକ୍ତିକରଣ ଯୋଜନାରେ ଏକ କୋଟି ଟଙ୍କାର ଆର୍ଥିକ ସହୟତା ପ୍ରଦାନ କରିଥିଲେ । ଏଥିସହିତ 30 ଜଣ ହିତାଧିକାରୀଙ୍କୁ ସମାଜିକ ସୁରକ୍ଷା ସୁବିଧା, 1422 ଜଣ ନିର୍ମାଣ ଶ୍ରମିକଙ୍କୁ ସହାୟତା ଏବଂ 1002ଜଣ ଭୂମୀହୀନଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

18 − 9 =