6 କୋଟିର ହେରଫେର କରିଛନ୍ତି ନିରଞ୍ଜନ!

ଭୁବନେଶ୍ୱର () ପିସିସି ସଭାପତି ନିରଞ୍ଜନ ପଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟନାୟକଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ସଖା ପକ୍ଷରୁ ନୋଟିସ ଜାରି ହୋଇଛି । ଏକ ଅର୍ଥନୈତିକ ଅପରାଧରେ ନିରଂଜନଙ୍କ ପାରିବାରିକ ସମ୍ପର୍କ ଅଭିଯୋଗରେ ଏହି ନୋଟିସ ଜାରି ହୋଇଛି ।

ନିରଞ୍ଜନ ଓ ତାଙ୍କ ପୁଅ ଭବାସି କମ୍ପାନୀରୁ 6 କୋଟି ଟଙ୍କାର ହେରଫେର କରିଥିବା ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ, କେଏସ ଆଲୁୱାଲିଆ ଭବାସି କମ୍ପାନୀ ବିରୋଧରେ ଆର୍ଥିକ ହେରଫେର ଅଭିଯୋଗ ଆଣିଥିଲେ । ଏହି ମାମଲାରେ କମ୍ପାନୀ ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ସ୍ପଷ୍ଟୀକରଣ ଅନୁଯାୟୀ, ଆଲୁୱାଲିଆ 2007-08 ଆର୍ଥିକ ବର୍ଷରେ 32 କୋଟି ଟଙ୍କା କମ୍ପାନୀକୁ ପ୍ରଦାନ କରିଥିଲେ । ଅର୍ଥ ଫେରସ୍ତକୁ ନେଇ ଏବେ ଆର୍ଥିକ ଅନିୟମିତତା ଅଭିଯୋଗ ଉଠିଛି ।

କମ୍ପାନୀର କହିବା ଅନୁଯାୟୀ 2007-08ରେ ନିରଞ୍ଜନ ଓ ତାଙ୍କ ପୁଅ ଭବାସି କମ୍ପାନୀର ନିର୍ଦେଶକ ଥିଲେ । ସେ ସମୟରେ ନିରଞ୍ଜନ ଓ ତାଙ୍କ ପୁଅ 6 କୋଟି ଟଙ୍କା ହେରଫେର କରିଛନ୍ତି । ଏହି ମାମଲା ଏବେ ଦିଲ୍ଲୀ ସାକେଟ ସ୍ଥିତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ବିଚାରଧୀନ ।

Share

Leave a Reply

Your email address will not be published. Required fields are marked *

13 − 1 =