ବିଜେପି ପୂରଣ କରିବ ରଘୁନାଥଙ୍କ ସ୍ବପ୍ନ

ଭୁବନେଶ୍ବର () : ଆଗକୁ ବିଜେପି ସହ ରହିବେ ବିଶିଷ୍ଟ ମୂର୍ତ୍ତିକାର ରଘୁନାଥ ମହାପାତ୍ର  । 2014 ଫେବୃଆରୀ ମାସରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ବିଜେଡି ରଘୁନାଥ ମହାପାତ୍ରଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା କରି ସମର୍ଥନ ଘୋଷଣା କରିଥିଲା  । ସେ ସମୟରେ 4ଟି ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ ବିଜେଡି ନିକଟରେ ସଂଖ୍ୟା ଦୃଷ୍ଟିରୁ 3ଟି ଆସନ ଜିତିବାର ସମସ୍ତ ସମ୍ଭାବନା ଥିଲା  । ଚତୁର୍ଥ ଆସନ ପାଇଁ ବିଜେଡି ପାଖରେ ଆବଶ୍ୟକ ସଂଖ୍ୟା ହେଉନଥିବାରୁ ରଘୁନାଥଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା କରାଇଥିଲା । ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ବିଜେପି ମଧ୍ୟ ରଘୁନାଥଙ୍କୁ ସମର୍ଥନ ଘୋଷଣା କରିଥିଲା । ହେଲେ ରଘୁନାଥ ନିର୍ବାଚନରେ ହାରିଯାଇଥିଲେ । ଚତୁର୍ଥ ଆସନରୁ କଂଗ୍ରେସ ପ୍ରାର୍ଥୀ ଚିରଂଜୀବୀ ବିଶ୍ବାଳ ଜିତିଥିଲେ । ବିଜେଡିର ସମର୍ଥନ ପରେ ବି ରଘୁନାଥ ନିର୍ବାଚନ ହାରିଯିବା ପରେ ବୋଧହୁଏ ସରକାରୀ ଦଳରୁ ମୁହଁ ଫେରାଇ ନେଇଛନ୍ତି  । ଏହାର ସୁଯୋଗ ନେଇ ବିଜେପି ତାଙ୍କୁ ସହଯୋଗର ହାତ ବଢାଇଛି  । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କୁ ତାଙ୍କ ବାସଭବନରେ ଭେଟିବା କାର୍ଯ୍ୟକ୍ରମରୁ ଏହାର ସଙ୍କେତ ମିଳୁଛି   । ବୋଧହୁଏ ବିଜେପି ସହଯୋଗରେ ରାଜ୍ୟସଭାକୁ ଯିବାର ରଘୁନାଥଙ୍କ ସ୍ବପ୍ନ ସାକାର ହେବ ଏହି ଆଶାରେ ଅଛନ୍ତି ଏହି ବିଶିଷ୍ଟ ମୂର୍ତ୍ତିକାର ।

Share

Leave a Reply

Your email address will not be published. Required fields are marked *

19 + 7 =