ଭୁବନେଶ୍ବରରେ ନୂଆ ୬ ଲୋକାଲ କେସ

ଭୁବନେଶ୍ବର()   ରାଜଧାନୀର ସାଲିଆ ସାହି ବସ୍ତିରୁ କରୋନା ଆକ୍ରାନ୍ତ ଚିହ୍ନଟ । ବସ୍ତିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୨୨ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩ ଜଣଙ୍କ ମଧ୍ୟରୁ ଘରୋଇ ସଂଗରୋଧରେ ୭ ଜଣ ଥିବା ୬ ଜଣ ସ୍ଥାନୀୟ ଅଂଚଳର । ପାତ୍ରପଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି ।

ସେହିପରି ନ୍ୟୁ ଫରେଷ୍ଟ ପାର୍କରୁ ଚିହ୍ନଟ ୨ ଆକ୍ରାନ୍ତ ଓ ଲକ୍ଷ୍ମୀସାଗରୁ ଚିହ୍ନଟ ଜଣେ ଆକ୍ରାନ୍ତଙ୍କର ମଧ୍ୟ ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି । ଟଙ୍କପାଣି ରୋଡରୁ ଚିହ୍ନଟ ଆକ୍ରାନ୍ତ ଝାରଖଣ୍ଡରୁ ଫେରିଥିବା ବେଳେ ଚିନ୍ତାମଣିଶ୍ୱେର ଆକ୍ରାନ୍ତ ମହାରାଷ୍ଟର ଟ୍ରାଭେଲ ହିଷ୍ଟ୍ରି ରହିଛି । ଓଲ୍ଡ ଟାଉନ ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ରହିଛି । ଡୁମଡୁମାର ସ୍ଥାନୀୟ ଅଂଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ୟୁନିଟ ଫୋରର ୨ ଜଣ , ଆଇଗେଣିଆ ଓ ଲକ୍ଷ୍ମୀସାଗର ଅଂଚଳରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen + 1 =