କିଭ୍‌ ନିକଟରେ ୮ଟି ବଡ ବିସ୍ଫୋରଣର ଶଦ୍ଦ ଶୁଭିଛି

କିଭ୍‌ର ଅତି ନିକଟରେ ରୁଷ ସେନା । ୟୁକ୍ରେନ ରାଜଧାନୀ କିଭ୍‌ ଦଖଲ ପାଇଁ ରୁଷ ସେନା ଆଗକୁ ମାଡୁଥିବା ବେଳେ ଚାଲିଛି ନିର୍ଣ୍ଣାୟକ ଲଢ଼େଇ । ରୁଷ- ୟୁକ୍ରେନ ସେନା ମଧ୍ୟରେ ଘମାଘୋଟ ଲଢେଇ । କିଭ୍‌ ନିକଟରେ ୮ଟି ବଡ ବିସ୍ଫୋରଣର ଶଦ୍ଦ ଶୁଭିଛି । କିଭ୍‌ ସମେତ ବୁକା, ଇରପିନ୍‌ ଓ ହଷ୍ଟୋମଲରେ ହୋଇଛି ଗୋଳାବର୍ଷା । କିଭଠୁ ୩୬ କିଲୋମିଟର ଦୂର ଭାସଲ୍ୟକିଭ୍‌ରେ ଏକ ତେଲ ଡିପୋ ଜଳିଯାଇଛି । ସେହିପରି କିଭତନେଭରେ ଏକ ଖାଦ୍ୟ ସାମଗ୍ରୀ ଗୋଦାମ ରୁଷିଆ ସେନା ଆକ୍ରମଣରେ ଛାରଖାର ହୋଇଛି । ଆଜି ଖାରକିଭ୍‌, ମାରିୟୁପୁଲ ଓ ସୁମି ଉପରେ ବି ଆକ୍ରମଣ ଜାରି ରହିଛି ।

ଖେରସନ ସହରକୁ ସମ୍ପୂର୍ଣ୍ଣ ଦଖଲ କରିଛି ଋଷ ସେନା । ପୂର୍ବରେ ଥିବା ଭୋଲନୁଭାଖାକୁ ସମ୍ପୂର୍ଣ୍ଣ ଦଖଲ କରିଛି ଋଷ ସେନା । ୟୁକ୍ରେନ୍‌ର ଅନେକ ସହରରେ ବୋମା ବର୍ଷା ଜାରି ରହିଛି । ବିସ୍ଫୋରଣରେ ଥରୁଛି ସହର । ୟୁକ୍ରେନର ବିଭିନ୍ନ ସହରରେ ଶୁଭୁଛି ଏୟାର ରେଡ ସାଇରନ । ଏୟାର ଷ୍ଟ୍ରାଇକ୍‌ରେ ଛାରଖାର ହୋଇଗଲାଣି ଅନେକ ସୁରମ୍ୟ ପ୍ରସାଦ । ନିଆଁ ଲିଭିବା ପୂର୍ବରୁ ପୁଣି ଏୟାର ଷ୍ଟ୍ରାଇକ୍‌ । ଯୁଦ୍ଧର ଘମାସାନ ମଧ୍ୟରେ ଏପର୍ଯ୍ୟନ୍ତ ୨୫ ଲକ୍ଷ ଲୋକ ୟୁକ୍ରେନ ଛାଡିଲେଣି । ଏଭିତରେ ମାରିୟୁପୋଲରୁ ଜାପୋରିଝଝିଆ ସମେତ କେତେକ ମାନବୀୟ କରିଡର ଖୋଲିଛି । ଏନେଇ ୟୁକ୍ରେନ ଉପ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

10 − six =