କୋରୋନା ନେଇ ଚିନ୍ତିତ ହେବା ଆବଶ୍ୟକ ନାହିଁ: ସ୍ୱାସ୍ଥ୍ୟ ସଚିବ

ରାଜ୍ୟରେ ୯୦ ପ୍ରତିଶତରୁ ଅଧିକ ଲୋକ ଦୁଇଟି ଡୋଜ୍ ଟିକା ନେଇ ସାରିଛନ୍ତି । କୋରୋନା ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ‌ ପଣ୍ଡିତ। ଆଜି ପ୍ରେସମିଟରେ ସ୍ବାସ୍ଥ୍ୟ ସଚିବକହିଛନ୍ତି ଯେ, ଭାରତରେ ଏବେ ଶହେରୁ ୨ ଶହ ଭିତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି । ଓଡ଼ିଶାରେ ଏବେ ୫ରୁ ୭ ଭିତରେ ରହୁଛି । ଗତ ୩ ମାସ ଧରି ଓଡ଼ିଶାରେ କେସ୍ ରେଟ କମ୍ ରହିଛି । ଓଡ଼ିଶାରେ ଜାତୀୟ ସ୍ତରରୁ ଅଧିକ ଟେଷ୍ଟିଂ ହେଉଛି । ଏବେ ପ୍ରତିଦିନ ୬ ହଜାରରୁ ୭ ହଜାର ଲୋକଙ୍କ ଟେଷ୍ଟିଂ ହେଉଛି ବୋଲି ସେ କହିଛନ୍ତି।

ଏବେ ରାଜ୍ୟରେ ପଜିଟିଭିଟି ରେଟ ୦.୦୪ ପ୍ରତିଶତ ରହୁଛି । ଏହାକୁ ନଜରରେ ରଖି ଓଡ଼ିଶାରେ କରୋନା କଟକଣା ସମ୍ପୂର୍ଣ୍ଣ ଉଠି ଯାଇଛି । ଯଦି କେହି ଗହଳି ସ୍ଥାନକୁ ଯାଉଛନ୍ତି ତାହାଲେ ନିଜ ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ ବୋଲି ଅପିଲ କରିଛନ୍ତି ସ୍ବାସ୍ଥ୍ୟ ସଚିବ ।

ଓଡ଼ିଶାରେ ସବୁ ମେଡିକାଲରେ ଟେଷ୍ଟିଂ କିଟ୍, ଓୗଷଧ ଏବଂ ଅକ୍ସିଜେନ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି । କୋରୋନାର ବିଏଫ ୭ ଭାରିଆଣ୍ଟ ଭାରତରେ ଗତ ୩ରୁ ୪ ମାସ ଧରି ରହିଛି । କିନ୍ତୁ ଏହାଦ୍ବାରା ସଂକ୍ରମଣ ବୃଦ୍ଧି ପାଇନାହଁ ବୋଲି ସେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

5 × 1 =