କଟକରେ ଆୟକର ବିଭାଗର ଅଭିଯୋଗ ଟ୍ରିବ୍ୟୁନାଲ ଉଦଘାଟିତ

କଟକ() କଟକରେ ଆୟକର ବିଭାଗର ଅଭିଯୋଗ ଟ୍ରିବ୍ୟୁନାଲ ଆଜି ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ସାମିଲ ହୋଇଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ଏହି ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତେବେ କଟକ ସମେତ ଦେଶରେ ଟ୍ରିବ୍ୟୁନାଲ ସଂଖ୍ୟା ୬୫କୁ ବୃଦ୍ଧି ପାଇଛି । ୧.୬୦ ଏକର ଜମିରେ ତିଆରି ହୋଇଛି ଟ୍ରିବ୍ୟୁନାଲ କାର୍ଯ୍ୟାଳୟ ।

Share

Leave a Reply

Your email address will not be published. Required fields are marked *

3 × four =