ଦିପାବଳୀକୁ ନେଇ ଚେତାବନୀ

ଭୁବନେଶ୍ୱର() କରୋନା ଯୋଗୁଁ ସମସ୍ତ ପର୍ବପର୍ବାଣୀରେ କଟକଣା ଲାଗୁ ହୋଇଛି । ଏହାରି ମଧ୍ୟରେ ଦିପାବଳୀକୁ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ, ‘ ଏସଆରସିଙ୍କ ଗାଇଡଲାଇନକୁ କଡାକଡି ପାଳନ କରାଯିବ । ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବେଆଇନ ବାଣ ଦୋକାନରେ ଚଢାଉ ଜାରି ରହିଛି । ଖୋର୍ଦ୍ଧା ଜଟଣୀରେ ୨ଟି ଗୋଦାମ ସିଜ୍ କରାଯାଇଛି । ଏହା ସହ ଜଟଣୀରୁ ଅଢେଇ ଟ୍ରକ୍ ବାଣ ଜବତ କରାଯାଇଛି ।’

ଅନ୍ୟପଟେ ଧନେତରାସରେ ସୁନା ଦୋକାନରେ ଭିଡ କମାଇବାକୁ କୁହାଯାଇଛି । ସୁନା ଦୋକାନରେ ଭିଡ ହେଲେ ଦୋକାନକୁ ସିଜ୍ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

20 − ten =