ଭାରତ ଓ ଚୀନ ସେନା ମୁହାଁମୁହିଁ

ନୂଆଦିଲ୍ଲୀ() ପୁଣି ବଦମାସି ଆରମ୍ଭ କଲା ଚୀନ । ନିଜର ପୁରୁଣା ପ୍ରକୃତି  ପୁଣି ଥରେ ଦୋହରାଇଛି ଚୀନ ।  ପୂର୍ବ ଲଦାଖ ସୀମା ପ୍ୟାନଗଙ୍ଗ ସୋ’ରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି ।  ଭାରତ ଓ ଚୀନ ସେନା ମଧ୍ୟରେ ପୁଣି ଥରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।  ଅଗଷ୍ଟ ୨୯ -୩୦ ତାରିଖ ରାତିରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିବାବେଳେ ଏହି ଘଟଣା ଏବେ ସାମନାକୁ ଆସିଛି । 

ଆଲୋଚନା ସତ୍ତ୍ୱେ ଚୀନ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛି ।  ତେବେ ଚୀନ ସେନାକୁ କଡ଼ା ଜବାବ ଦେବାକୁ ଯାଇ ଭାରତୀୟ ସେନା ବି ସାମ୍ନାସାମ୍ନି ହୋଇଛି ।  ତେବେ ଦୁଇ ସେନା ମୁହାଁମୁହିଁରୁ କୌଣସି ମୃତାହତ ସମ୍ପର୍କରେ ସୂଚନା ମିଳିନାହିଁ ।  ଏନେଇ ଚୁସୁଲରେ ବିଗ୍ରେଡ କମାଣ୍ଡରସ୍ତରୀୟ ଆଲୋଚନା ଆରମ୍ଭ ହୋଇଥିବା ଜଣାଯାଇଛି । 

Share

Leave a Reply

Your email address will not be published. Required fields are marked *

eleven + 18 =