ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା

ନୂଆଦିଲ୍ଲୀ() ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଜୋରିମାନା କରିଛନ୍ତି । ତେବେ ଜୋରିମାନା ରାଶି ସମ୍ପର୍କରେ ଜାଣିଲେ ଯେକେହି ବି ନହସି ରହିପାରିବେ ନାହିଁ । କାରଣ ମାନ୍ୟବର କୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ମାତ୍ର ୧ ଟଙ୍କା ଜୋରିମାନା କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ଯେ, ଏହି ୧ ଟଙ୍କା ନଦେଲେ କଡ଼ା ଦଣ୍ଡରେ ଦଣ୍ଡିତ କରିବା ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଜୋରିମାନା ବାବଦ ୧ ଟଙ୍କା ନଦେଲେ ଶ୍ରୀ ଭୂଷଣ ୩ ବର୍ଷ ପର୍ଯ୍ୟନ୍ତ ଓକିଲାତି କରିପାରିବେ ନାହିଁ । ଖାଲି ସେତିକି ନୁହେଁ ୩ ମାସ ଜେଲ ଦଣ୍ଡ ମଧ୍ୟ ଭୋଗିବେ ବୋଲି ସୁପ୍ରମିକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + 12 =