ଓଡିଶାବାସୀଙ୍କ ସହ ବାର୍ଗେନ : କଂଗ୍ରେସ କ୍ଷମତାକୁ ଆସିଲେ ମହାନଦୀରେ ପାଣି ଆସିବ

ଭୁବନେଶ୍ୱର () ମହାନଦୀ ବିବାଦରେ ଛତିଶଗଡରେ ବିଜେପି ସରକାର ଥିବା ସମୟରେ ଯାହା ଆଭିମୁଖ୍ୟ ଥିଲା ଏବେ କଂଗ୍ରେସ ସରକାରର ଆଭିମୁଖ୍ୟ ବି ସେୟା । ବିବାଦର ସମାଧାନ ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ଗଠିତ ଟ୍ରିବୁନାଲ ଆପୋଷ ସମାଧାନ ପାଇଁ ପରାମର୍ଶ ଦେଇଛି । ଛତିଶଗଡ଼ ସରକାର କିନ୍ତୁ ଏବେ ସମାଧାନ କରିବା ମୁଡ଼ରେ ନାହାନ୍ତି । ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ହିଁ ଏହି ବିବାଦର ସମାଧାନ ହେବ ।

ଏକଥା ଖୋଦ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା କହିଛନ୍ତି । ବାଘେଲା ଏକ ଦଳୀୟ କାର୍ଯ୍ୟକ୍ରମରେ ଆଜି ନୂଆପଡା ଆସିଥିଲେ । ସେହିପରି ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂହଦେଓ ମଧ୍ୟ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିଛି । ସେ ମଧ୍ୟ ବିମାନ ବନ୍ଦରରେ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସମୟରେ ସମାନ କଥା ଦୋହରାଇଛନ୍ତି ।

ଛତିଶଗଡ଼ରେ ମଧ୍ୟ ମହାନଦୀ ପାଣିର ଆବଶ୍ୟକତା ଅଛି । ଏହି ବିବାଦରେ ପୂର୍ବରୁ ଓଡିଶା କଂଗ୍ରେସ କହିଥିଲା ଯେ, ଛତିଶଗଡରେ କଂଗ୍ରେସ ସରକାର ଆସିଲେ ସେମାନେ ସମାଧାନ କରିବେ । ଏବେ କିନ୍ତୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ମାନଙ୍କ ସ୍ୱର ବଦଳିଗଲାଣି । ଏପରିକି ଏଭିତରେ ରାହୁଲଗାନ୍ଧୀ ଦୁଇଥର ଓଡିଶା ଆସିଥିଲେ ବି ମହାନଦୀ କଥା ଉଠାଇନାହାନ୍ତି ।

Share

Leave a Reply

Your email address will not be published. Required fields are marked *

13 − two =