୩ ଆଇଏଏସ ଅଧିକାରୀଙ୍କୁ ସରକାରଙ୍କ ନୂଆ ଦାୟିତ୍ୱ

ଭୁବନେଶ୍ୱର() ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ।ଏହି ୩ଜଣ ଆଇଏଏସ ଅଧିକାରୀଙ୍କୁ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି ।

ଏହି ବିଜ୍ଞପ୍ତି ଅନୁଯାୟୀ ୧୯୮୮ ବ୍ୟାଚର ଆଇଏଏସ ପରାଗ ଗୁପ୍ତା ହୋଇଛନ୍ତି ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମ ବା ଓଏଫଡିସିର ଅଧ୍ୟକ୍ଷ । ସେ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ ।

ଏତତ୍ ବ୍ୟତୀତ ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ଓଏମସି ବା ଓଡିଶା ଖମି ନିଗମର ଚେୟାରମ୍ୟାନ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସୁରେନ୍ଦ୍ର ଏବେ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ରହିଛନ୍ତି ।

ଆହୁରି ମଧ୍ୟ ଜି.ମାଥିଭାଥନନଙ୍କୁ ସିଡିଏର ଚେୟାରମ୍ୟାନ କରାଯାଇଛି । ସେ ଏବେ ନଗର ଉନ୍ନୟନ ଓ ସଂସଦୀୟ ବ୍ୟାପାର ବିଭାଗର ଦାୟିତ୍ୱରେ ଅଛନ୍ତି । ୟେଦୁଲା ବିଜୟଙ୍କୁ ଓରେଡାର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଅବସ୍ଥାପିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *