ଗ୍ୟାସକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଗ୍ୟାସ ସିଲିଣ୍ଡକୁ ନେଇ ଏବେ ଆରମ୍ଭ ହୋଇଛି ରାଜ୍ୟରେ ରାଜନୀତି । ଗ୍ୟାସ ସିଲିଣ୍ଡ ପିଛା ୪୦୦ ଟଙ୍କାର ସବସିଡି ଦେବା ଲାଗି ବିଜେଡି ଦାବି କରିଛି । ଏନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ଗର୍ଜିଥିବା ବେଳେ ଏହାକୁ ନେଇ ବିରେଧୀ ଗର୍ଜିଛନ୍ତି । ମମିତା ମେହେର ଘଟଣାରୁ ନଜର ହଟାଇବା ଲାଗି ବିଜେଡି ଏପରି ଗ୍ୟାସ ରାଜନୀତି ଆରମ୍ଭ କରିଥିବା ବିରୋଧୀମାନେ କହିଛନ୍ତି ।

କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଉଜ୍ଜଳା ଯୋଜନା ନାଁରେ ଯେଉଁ ଜୁମଲା ଦେଖାଦେଇଥିଲା ଏବେ ତା’ର ବାସ୍ତବ ସ୍ଥିତି ଜଣାପଡ଼ୁଛି । କାରଣ ପୁଣି ଥରେ ମହିଳା ମାନେ ଚୁଲି ମୁଣ୍ଡକୁ ଆସିଗଲେଣି । ତେଣୁ ଦରଦାମ ବୃଦ୍ଧିକୁ ନେଇ ବିଜେଡି ଆନ୍ଦୋଳନକୁ ଓହ୍ଳାଇବା ପାଇଁ ଘୋଷଣା କରିଛି ।

ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ବିଜେଡି ପ୍ରତିବାଦ କରି ଆରଡିସି ଅଫିସ ଘେରାଉ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛି ଦଳ । କେନ୍ଦ୍ର ଦାମ ବଢାଇଲା ବେଳେ ନିରବ ବସିଥିଲେ ରାଜ୍ୟ ସରକାର । ଏବେ ମମିତା ହତ୍ୟା ମାମଲାରୁ ଦୃଷ୍ଟି ହଟାଇବାକୁ ବିଜେଡି ଛଳନା କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏଆଇସିସି ସମ୍ପାଦିକା ସସ୍ମିତା ବେହେରା ।

ଏପଟେ କାଳିଆ ଟଙ୍କାର ହିସାବ ମାଗିଛି ବିଜେପି । ପ୍ରାକୃତିକ ବିପର୍ୟ୍ୟୟ ବେଳେ କେନ୍ଦ୍ରରୁ ଯେଉଁ ଟଙ୍କା ଆସେ ତାର ହିସାବ ମାଗି ପାଲଟା ଆକ୍ରମଣ କରିଛି ବିଜେପି । ପେଟ୍ରୋଲ ଡ଼ିଜେଲ ଦର ସମାଧାନ ହେଲା, ଆଗକୁ ଗ୍ୟାସ ଦର ମଧ୍ୟ ସମାଧାନ ହୋଇପାରେ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ।

Share

Leave a Reply

Your email address will not be published. Required fields are marked *

3 × 4 =