ଫରକ ପକାଇବନି ମହାରଥୀଙ୍କ ଗିରଫ: ସିଇଓ

ପିପିଲି ନିର୍ବାଚନ ଉପରେ ଫରକ ପକାଇବନି ମହାରଥୀଙ୍କ ଗିରଫ ।ମହାରଥୀଙ୍କ ଗିରଫ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଆଉ ଏହାରି ଭିତରେ ବଡ ବୟାନ ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ମହାରଥୀଙ୍କ ଗିରଫ କୌଣସି ବି ପ୍ରଭାବ ପକାଇବନି । ଆସନ୍ତାକାଲି ପିପିଲିରେ ମତଦାନ ହେବାକୁ ଥିବା ବେଳେ ଯଥାରୀତି ଅନୁଯାୟୀ ନିର୍ବାଚନ ହେବ ବୋଲି ସିଇଓ କହିଛନ୍ତି ।

ସୂଚନା ମୁତାବକ, ଗତକାଲି ପିପିଲିରେ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ମହାରଥୀଙ୍କୁ ଗିରଫ କରିଛି ପିପିଲି ପୋଲିସ୍ ।

Share

Leave a Reply

Your email address will not be published. Required fields are marked *

4 × four =