ଯଦି ମହାରଥୀ ବନ୍ଧା ହେଲେ, ଧର୍ମେନ୍ଦ୍ର ପ୍ରାଧାନ କାହିଁକି ନୁହେଁ?

ଭୁବନେଶ୍ବର () ନିର୍ବାଚନ ଅଧିକାରୀଙ୍କୁ ସେମାନଙ୍କ କର୍ତ୍ତବ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଯଦି ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପୋଲିସ ଗିରଫ କଲା, ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ବାଦ ପଡିବେ  । ଆଜି ବିଜେଡିର ଏକ ପ୍ରତିନିଧି ଦଳ ଏହି ପ୍ରଶ୍ନ ଉଠାଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସ୍ମାରକପତ୍ର ଦେଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେ, ସବୁ ବେଳେ ଆଇନକୁ ସମ୍ମାନ ଦିଅନ୍ତି ଓ ଆଇନର ଉର୍ଦ୍ଧ୍ବରେ କେହି ନୁହଁନ୍ତି ବୋଲି କହିଥାନ୍ତି, ତାକୁ ଆଉ ଥରେ ପ୍ରମାଣିତ କରିଛନ୍ତି । 24 ଘଣ୍ଟା ମଧ୍ୟରେ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପିପିଲି ପୋଲିସ । ତେବେ ସମାନ ଢଙ୍ଗରେ ଫ୍ଲାଇଂ ସ୍କ୍ବାର୍ଡକୁ ସେମାନଙ୍କ ଦାୟିତ୍ବ ନିର୍ବାହ କରିବାରେ ବାଧା ଦେଇଥିଲେ ତାଙ୍କ ବିରୋଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଗଲାନି ଓ ତାଙ୍କୁ ଗିରଫ କରାଗଲାନି ବୋଲି ବିଜେଡି ପ୍ରଶ୍ନ କରିଛି ।

ଗତ ଏପ୍ରିଲ 12 ତାରିଖରେ ବୁର୍ଲା ବିମାନ ବନ୍ଦରରେ ଫ୍ଲାଇଂ ସ୍କ୍ବାର୍ଡକୁ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଲଗେଜ ଜାଞ୍ଚ କରିବାକୁ ଦେଇନଥିଲେ । ନିର୍ବାଚନ ଦାୟିତ୍ବରେ ଥିବା ଏହି ଅଧିକାରୀଙ୍କୁ ଧମକ ଦେବା ସହ ସେମାନଙ୍କୁ ଅପମାନିତ କରିଥିଲେ । ଏ ସଂପର୍କିତ ଭିଡିଓ ଫୁଟେଜ ପୂର୍ବରୁ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଛି । ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ପୋଲିସ ସମାନ ଘଟଣାରେ ଗିରଫ କରୁଛି, ସେହିପରି ଆଉ ଏକ ଘଟଣାରେ ଜଣେ ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବ ଦୁର୍ଭାଗ୍ୟଜନକ ବୋଲି ବିଜେଡି ଅଭିଯୋଗ କରିଛି ।

ଏଥିସହିତ ଗତକାଲି ରାତିରେ ମଧ୍ୟ ଭୁବନେଶ୍ବରର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଖାଲି ଗାଡି ଉପରକୁ ବୋମାମାଡ ଘଟଣାରେ କେନ୍ଦ୍ରମନ୍ତ୍ରୀ, ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତ ଷଢଙ୍ଗୀଙ୍କ ଲାଏ ଡିଟେକ୍ଟର ଓ ନାର୍କୋ ଟେଷ୍ଟ କରିବାକୁ ବିଜେଡି ଗତକାଲି ରାତିରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି । କାରଣ ଜଗନ୍ନାଥ ପ୍ରଧାନଙ୍କ ଖାଲି ଗାଡି ଉପରକୁ ବୋମା ମାଡ ବିଜେପିର ଏହି କାର୍ପଟଦାର ନେତାମାନଙ୍କ ସୁଚିନ୍ତିତ ଯୋଜନା । ହାରିଯିବା ଭୟରେ ସେମାନେ ବୋମା ମାଡର ନାଟକ ରଚିଥିଲେ ବୋଲି ବିଜେଡି ଅଭିଯୋଗ କରିଛି ।

Share

Leave a Reply

Your email address will not be published. Required fields are marked *

3 + 8 =