୨୪ ଘଣ୍ଟାରେ ୮,୧୭୧ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ()  ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୯୮ ହଜାର ୭୦୬ ଥିବା ବେଳେ ମୃତ୍ୟୁ ସଂଖ୍ୟା ୫,୫୯୮ କୁ ବୃଦ୍ଧି  ପାଇଛି।କରୋନା ରେ ଆକ୍ରାନ୍ତ ଥିବା ୯୫,୫୨୭ ଜଣ ସୁସ୍ଥ ହୋଇଥିବା ବେଳେ ଚିକିତ୍ସିତ ହେଉଛନ୍ତି ୯୭,୫୮୧  ଜଣ। ଏହାସହ ୨୪ ଘଣ୍ଟାରେ ୮,୧୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୪ଜଣ ଙ୍କର ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିିଳିଛି।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୨୩୬୨, ଗୁଜୁରାଟରେ ୧୦୬୩, ଦିଲ୍ଲୀରେ ୫୨୩, ମଧ୍ୟପ୍ରଦେଶରେ ୩୫୮, ପଶ୍ଚିମବଙ୍ଗରେ ୩୨୫, ଉତ୍ତର ପ୍ରଦେଶରେ ୨୧୭, ରାଜସ୍ଥାନରେ ୧୯୮ ଜଣଙ୍କର ମୃତ୍ୟୁ ହୋଇଛି।

Share

Leave a Reply

Your email address will not be published. Required fields are marked *

one × three =