ପ୍ରେସମିଟରେ ଏମିତି କହିଲେ ଦୂତୀ

ଭୁବନେଶ୍ୱର: ଟୋକିଓ ଅଲମ୍ପିକରୁ ଫେରିବା ପରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ସାମ୍ବାଦିକ ସମିଳନୀ । ଦୂତୀ ଚାନ୍ଦ, ଦୂତୀଙ୍କ କୋଚ ଶିବ ପ୍ରସାଦ ମିଶ୍ର , ଦୂତୀଙ୍କ ଲିଗାଲ ଆଡ଼ଭାଇଜର ଉପସ୍ଥିତ । ଦୂତୀଙ୍କ ଅଲମ୍ପିକରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କିଛିଟା ଗଣମାଧ୍ୟମରେ ତାଙ୍କ ପରିବାରକୁ ନେଇ ଖବର ପ୍ରସାରଣ ହୋଇଥିଲା । ଦୂତୀ ଏହାକୁ ବିରୋଧ କରିବା ସହ ଖେଳରେ ହାର ଜିତ ରହିଛି ଏବଂ ଜଣେ ଖେଳାଳିକୁ ଏପରି ହତୋତ୍ସାହିତ ନକରି ତାଙ୍କୁ ପ୍ରସ୍ଥାହିତ କରିବାକୁ ସେ କହିଛନ୍ତି । ବିଶେଷ ଭାବେ ଏକ ୱେବ ପୋର୍ଟାଲର ସାମ୍ବାଦିକ ସୁଧାଂଶୁ ରାଉତ ଏବଂ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଏହି ସାମ୍ବାଦିକ ସମିଳନୀରେ ସିଧା ସଳଖ ଟାର୍ଗେଟ କରିଛନ୍ତି ଦୂତୀ । ଏହା ସହ ସେମାନଙ୍କ ବିରୋଧରେ ଆଇନଗତ ଆଶ୍ରୟ ନେବେ ବୋଲି ଧାବିକା ଦୂତୀ ଚାନ୍ଦ କହିଛନ୍ତି । ଅଲମ୍ପିକ ପରି ଏକ ମେଗା ଇଭେଣ୍ଟ ଚାଲୁଥିବା ସମୟରେ ଜଣେ କ୍ରୀଡ଼ାବିତଙ୍କୁ ବାରମ୍ବାର ମାନସିକ ଚାପ ପକାଇବା ଘଟଣାକୁ ଦୂତିକ କୋଚ ବିରୋଧ କରିବା ସହ ଦେଶର ଅନ୍ୟାନ୍ୟ ରାଜ୍ୟରୁ ତାଙ୍କୁ ଖେଳିବା ପାଇଁ ଅଫର ମିଳିବା ସତ୍ତେ୍ୱ ଦୂତୀ ରାଜ୍ୟକୁ ଭଲ ପାଉଛନ୍ତି । ଯେଉଁଥି ପାଇଁ ଓଡିଶା ପାଇଁ ଖେଳୁଛନ୍ତି ବୋଲି କହିଛନ୍ତି । ତେଣୁ ତାଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ଦୂତିଙ୍କ କୋଚ କହିଛନ୍ତି । ଅନ୍ୟ ପକ୍ଷରେ ମିଥ୍ୟା ଏବଂ ବିଭ୍ରାନ୍ତିଙ୍କର ଖବର ପ୍ରସାରଣ କରି ଦୁତିଙ୍କୁ ବଦନାମ କରିଥିବା ଲୋକଙ୍କ ବିରୋଧରେ ୫ କୋଟିର ମାନହାନୀ ମକଦମା ଭୁବନେଶ୍ୱର ସିଭିଲ କୋର୍ଟରେ ଦାୟର କରାଯାଇଛି । ଏହା ସହ ଯାହାବି ଆଇନଗତ ଆଶ୍ରୟ ଯାହା ଆବଶ୍ୟକ ପଡିବ ତାହା ନିଆଯିବ ବୋଲି ଦୂତିଙ୍କ ଲିଗାଲ ଆଡ଼ଭାଇଜର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 4 =