5-ଟି ମନ୍ତ୍ର କାର୍ଯ୍ୟକାରିତା ନେଇ ବିଭାଗୀୟ ମୁଖ୍ୟଙ୍କ ତତ୍ପରତା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ 5- ଟି ମନ୍ତ୍ରକୁ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ କରିବାକୁ ଦେଇଥିବା ନିର୍ଦେଶ ଅନୁଯାୟୀ ବିଭାଗୀୟ ଅଧିକାରୀମାନେ ଗତକାଲି ମାସର ଚତୁର୍ଥ ଶନିବାର ନିଜନିଜ ବିଭାଗରେ ମାନସମନ୍ଥନ କରିଛନ୍ତି । ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ଟିମ ୱାର୍କ, ସ୍ୱଚ୍ଛତା ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପରିବର୍ତ୍ତନ ପାଇଁ  ମୁଖ୍ୟମନ୍ତ୍ରୀ 5-ଟି ମନ୍ତ୍ର ଦେଇଛନ୍ତି ।

ତଦନୁଯାୟୀ ଗତକାଲି ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ରାଜୀବ ଭବନରେ ବିଭାଗର ଏହି ମନ୍ତ୍ରର ବ୍ୟବହାର ଦ୍ୱାରା ଦକ୍ଷତା ବୃଦ୍ଧି ଦିଗରେ ଆଲୋଚନା ହୋଇଥିଲା । ସେହିଭଳି ଶକ୍ତି ବିଭାଗରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜେଶ ବର୍ମା ଓ ଶକ୍ତି ବିଭାଗର ପ୍ରମୁଖ ସଚିବ ସବୁ ବଣ୍ଟନ କମ୍ପାନୀ ଓ ଓପିଟିସିଏଲ ଅଧିକାରୀଙ୍କ ସହ 5-ଟି ମନ୍ତ୍ରର କାର୍ଯ୍ୟକାରିତା ନେଇ ଆଲୋଚନା କରିଛନ୍ତି ।

ସୂଚନା ଓ ଲୋକସମ୍ପର୍କ ସଚିବ, ଇଡ଼କୋ, ବୟନ ଓ ହସ୍ତଶିଳ୍ପ ବିଭାଗ, ଅର୍ଥ ବିଭାଗ, ବିଭିନ୍ନ ଜିଲ୍ଲା ପ୍ରଶାସନ, ପୋଲିସ ମୁଖ୍ୟାଳୟ, ଡିଆରଡିଏ ଓ ମୁନିସିପାଳିଟିରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଚାଭିଲାଷୀ 5-ଟି ମନ୍ତ୍ରର କାର୍ଯ୍ୟକାରିତା ଦିଗରେ ଆଲୋଚନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 − 2 =