ଦାନା ବାନ୍ଧୁଛି ବାତ୍ୟା, ୧୯ରେ ଛୁଇଁପାରେ ଓଡିଶା

ଭୁବନେଶ୍ୱର() ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା କ୍ରମଶଃ ଘନୀଭୂତ ହୋଇ ଆସନ୍ତା ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ । ଏହାପରେ ଆହୁରି ଘନୀଭୂତ ହୋଇ ଭୀଷଣ କିମ୍ବା ଅତି ଭୀଷଣ ବାତ୍ୟାରେ ପରିଣତ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିର୍ଭସିଟିର ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ସେ ପାଣିପାଗ ମଡେଲକୁ ଅନୁଧ୍ୟାନ କରି ପୂର୍ବାନୁମାନ କରିଛନ୍ତି ଯେ ବାତ୍ୟା ସମୁଦ୍ର ଭିତରେ ଦୁଇଦିନ ରହିବ । ତେଣୁ ଅଧିକ ଘନୀଭୂତ ହେବ । ସମ୍ଭାବ୍ୟ ବାତ୍ୟା ଭୀଷଣ କିମ୍ବା ଅତି ଭୀଷଣ ରୂପ ନେଇପାରେ । ଏହାର ଗତି ପ୍ରଥମେ ଉତ୍ତର- ପଶ୍ଚିମ ଓ ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ରହିବ ବୋଲି ଆଇଏମଡି ଆକଳନ କରିଛି । ଯଦି ଏହି ଗତି ଜାରି ରହେ, ତେବେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ପାଖକୁ ଆସିପାରେ । ୧୮ ତାରିଖବେଳକୁ ଏହା ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ଅନୁଭୂତ ହୋଇପାରେ ।୧୯ ତାରିଖ ବେଳକୁ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁପାରେ କିମ୍ବା ଉପକୂଳ ପାଖରେ ଘଷି ହୋଇଯାଇପାରେ । ଯଦି ଏମିତି ହୁଏ, ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ରହିପାରେ ।

Share

Leave a Reply

Your email address will not be published. Required fields are marked *

13 + seventeen =