ଓଡିଶାରେ ଦୁଇଟି କୋଭିଡ-19 ହସପିଟାଲ ପାଇଁ ପାଣ୍ଠି ଯୋଗାଇବେ ନାଲକୋ ଓ ଏମସିଏଲ

ଭୁବନେଶ୍ବର()  ଜାତୀୟ ଆଲୁମିନିୟମ କମ୍ପାନୀ (ନାଲକୋ) ଓ କୋଲ ଇଣ୍ଡିଆର ମହାନଦୀ କୋଲ ଫିଲଡ ଲିମିଟେଡ ଦ୍ଵାରା ଓଡିଶାରେ ନିର୍ମିତ ଦୁଇଟି ସ୍ୱତନ୍ତ୍ର ଉତ୍ସର୍ଗୀକୃତ କୋଭିଡ-19 ହସପିଟାଲ ପାଇଁ ସମସ୍ତ ଅର୍ଥ ଯୋଗାଇବେ । ଏହି ଦୁଇଟି ସମର୍ପିତ କରୋନା ହସପିଟାଲ ସୋମବାର ଭିଡିଓ କନଫରେସିଂ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହଲାଦ ଯୋଶୀଙ୍କ ଦ୍ୱାରା ମିଳିତ ଭାବେ ଉଦଘାଟିତ ହୋଇଛି । ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ଦୁଇ ହସପିଟାଲକୁ ରାଜ୍ୟର ବିଭିନ୍ନ ମେଡିକାଲ ହସପିଟାଲ ଚଳାଇବେ । 

ଏହି ଅବସରରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଯେ, କରୋନା ମୁକାବିଲା କରୁଥିବା ରାଜ୍ୟ ସରକାରଙ୍କ ପାଇଁ ତାଙ୍କ ମନ୍ତ୍ରଣାଳୟର ରାଷ୍ଟ୍ରୟତ୍ତ ଉଦ୍ୟୋଗ ସମୂହ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବା ଗର୍ବ ଓ ଗୌରବର ବିଷୟ । ଏହି ସବୁ ହସପିଟାଲ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଓଡିଶାବାସୀଙ୍କ କାମରେ ବିଶେଷ ଲାଗି ପାରିବ । ନବରଙ୍ଗପୁର ଜିଲ୍ଲାରେ ହୋଇଥିବା ଏଭଳି ଏକ 200 ଶଯ୍ୟା ବିଶିଷ୍ଟ ହସପିଟାଲ ପାଇଁ ନାଲକୋ ସବୁ ଅର୍ଥ ଯୋଗାଇଦେବ । ସେହିଭଳି ଅନୁଗୋଳ ଜିଲ୍ଲାର ତାଳଚେରରେ ଖୋଲିଥିବା 150 ଶଯ୍ୟା ବିଶିଷ୍ଟ ଅନ୍ୟ ଏକ କୋଭିଡ ହସପିଟାଲ ପାଇଁ ଏମସିଏଲ ଆବଶ୍ୟକ ସମସ୍ତ ପାଣ୍ଠି ଯୋଗାଇବ । ଏମସିଏଲ ମଧ୍ୟ ତାହାର ମେଡିକାଲ କଲେଜ ଭିତ୍ତିମୂମି ଏହି ହସପିଟାଲ ନିର୍ମାଣ ପାଇଁ ଯୋଗାଇ ଦେଇଛି ବୋଲି ଶ୍ରୀ ଯୋଶୀ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ର ବଳକା 30 ଭାଗ ଅର୍ଥ ରାଜ୍ୟ ସରକାର ବିନିଯୋଗ କରିପାରିବେ ବୋଲି ଇତି ମଧ୍ୟରେ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହା ଫଳରେ ଓଡିଶା ଭଳି ଖଣିଜ ସମୃଦ୍ଧ ରାଜ୍ୟମାନେ ଏଭଳି ମହାମାରୀର ମୁକାବିଲା ପାଇଁ ଆବଶ୍ୟକ ଅଧିକ ଅର୍ଥ ପାଇ ପାରିବେ ବୋଲି ଶ୍ରୀ ଯୋଶୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ନାଲକୋର କର୍ମଚାରୀମାନେ ସୋମବାର ଗୋଟିଏ ଦିନର ବେତନ ବାବଦକୁ 2.5 କୋଟି ଟଙ୍କା ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏହାଛଡା ଭୁବନେଶ୍ୱରରେ ଓଡିଶା ସରକାର 500 ଶଯ୍ୟା ବିଶିଷ୍ଟ ଯେଉଁ କୋଭିଡ ହସପିଟାଲ ତିଆର କରୁଛନ୍ତି ସେଥିପାଇଁ ଏମସିଏଲ ଅର୍ଥ ଯୋଗାଇ ଦେଉଛି । ସେହିଭଳି ଝାରସୁଗୁଡା ଜିଲ୍ଲାରେ ଏକ 50 ଶଯ୍ୟା ବିଶିଷ୍ଟ ଆଇସୋଲେସନ ସେଂଟର ଏମସିଏଲ ଦ୍ୱାରା ପ୍ରତିଷ୍ଠା କରାଯାଇଛି । ମାସ୍କ ଓ ଆଲକୋହଲ ଭିତ୍ତିକ ସାନିଟାଇଜର କୋଇଲା ଖଣି ଶ୍ରମିକଙ୍କୁ ବାଂଟିବା ସହ ଏହି ସଂସ୍ଥା ଅତ୍ୟାଧୁନିକ ‘ଫଗ କାନନ’ ମେସିନ ଯୋଗାଇ ଦେଇଛି । ଏହି ମେସିନ ଦ୍ୱାରା ଖଣି ଓ ଏହାର ଆଖପାଖ ଅଂଚଳରେ ବିଶୋଧନ ଓ ସାନିଟାଇଜର କାମ ଚାଲିବ ।

Share

Leave a Reply

Your email address will not be published. Required fields are marked *

5 − three =