ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର:ରାଜ୍ୟରେ ଦୋଳି ଖେଳୁଛି କରୋନା ସଂକ୍ରମଣ । ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସ୍ଥିତି ୫୦୦ରୁ ତଳେ ରହୁଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ତାହା ୭୦୦ ପାର୍ କରିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୭୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୨୪ ଓ ସ୍ଥାନୀୟ ସଂକ୍ରମିତ ୩୧୦ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ଶିଶୁ ଓ କିଶୋର ୧୦୧ ଜଣ ରହିଥିବା ଜଣାଯାଇଛି। ରାଜ୍ୟର ଅନୁଗୁଳ ଜିଲାରେ ୧୩, ବାଲେଶ୍ୱର ୩୦, ବରଗଡ ୫, ଭଦ୍ରକ ୧୦, କଟକରୁ ୯୧ ଜଣ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳରୁ ୫, ଗଜପତି ୧, ଗଞ୍ଜାମ ୬, ଜଗତସିଂହପୁର ୩୨, ଯାଜପୁର ୨୯, ଝାରସୁଗୁଡାରୁ ୩ ଜଣ ଚିହ୍ନଟ ହୋଇଛନ୍ତି। କନ୍ଧମାଳରୁ ୧, କେନ୍ଦ୍ରାପଡା ୬, କେନ୍ଦ୍ୁଝର ୩, ଖୋର୍ଦ୍ଧା ୩୩୫, କୋରାପୁଟ ୪ ଓ ମାଲକାନଗିରିରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ମୟୁରଭଞ୍ଜରୁ ୨୭, ନୟାଗଡ ୭, ନୂଆପଡା ୧, ପୁରୀ ୧୭, ରାୟଗଡା ୪, ସମ୍ବଲପୁର ୭, ସୋନପୁର ୧, ସୁନ୍ଦରଗଡ ୧୩ ଓ ଷ୍ଟେଟପୁଲରୁ ୮୧ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୫୬୦ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏପର୍ୟ୍ୟନ୍ତ ମୋଟ ୧୦୦୮୨୨୬ ଜଣ ସୁସ୍ଥ ହୋଇସାରିଲେଣି। ରାଜ୍ୟରେ ସଂପ୍ରତି ୫୫୨୧ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

twenty − fifteen =