କରୋନାକୁ ବିଶ୍ୱ ମହାମାରୀ ଘୋଷଣା

ନୂଆଦିଲ୍ଲୀ()  କରୋନାକୁ ବିଶ୍ୱ ମହାମାରୀ ଘୋଷଣା କଲା ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ଭାଇରସ ବିଶ୍ୱର ୧୦୪ରୁ ଅଧିକ ଦେଶକୁ ବ୍ୟାପିସାରିଛି । ଏବେ ବିଶ୍ୱବ୍ୟାପି ୪୬୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୧ ଲକ୍ଷ ୨୬ ହଜାର୧୪୧ ଜଣ ଲୋକ ସଂକ୍ରମଣର ଶିକାର ହୋଇସାରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ଏହାକୁ ମହାମାରୀ ଘୋଷଣା କରି ଦେଇଛି । ଭାରତରେ ଏବେ କରୋନା ଭାଇରସର ଶିକାର ହୋଇସାରିଛନ୍ତି ୬୦ରୁ ଅଧିକ ଲୋକ ।

ଏଭଳି ସ୍ଥିତିରେ ଏୟାର ଇଣ୍ଡିଆ ବୁଧବାର ରାତି କହିଛି, ରୋମ, ମିଲାନ ଓ ସିଓଲ ପାଇଁ ନିଜର ଉଡାନ ଅସ୍ଥାୟୀ ଭାବେ ବନ୍ଦ କରୁଛି । ବିମାନ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି, ରୋମ (ଇଟାଲୀ) ପାଇଁ ସେବା ମାର୍ଚ୍ଚ ୧୫ରୁ ୨୫ ଯାଏଁ ବନ୍ଦ ରହିବ । ସେହିଭଳି ମିଲାନ (ଇଟାଲୀ) ଓ ଦକ୍ଷିଣ କୋରିଆ ପାଇଁ ଉଡାନ ମାର୍ଚ୍ଚ ୧୪ରୁ ୨୮ ଯାଏଁ ବନ୍ଦ ରହିବ ।

Share

Leave a Reply

Your email address will not be published. Required fields are marked *

four + 2 =