କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା

ଭୁବନେଶ୍ୱର() ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ । କରୋନା ମୁକାବିଲା ନେଇ ଓଡ଼ିଶାର ପଦକ୍ଷେପକୁ ୟେଦିୟୁରପ୍ପା ପ୍ରଶଂସା କରିଛନ୍ତି । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାରେ ସହଯୋଗ ପାଇଁ ପ୍ରଶଂସା କରିଛନ୍ତି । ପ୍ରବାସୀ ଓଡ଼ିଆଙ୍କ ଯତ୍ନ ନେଉଥିବାରୁ ଜଗନମୋହନଙ୍କୁ ନବୀନ ଧନ୍ୟବାଦ ଦେଇଛନ୍ତି ।
କରୋନା ସତର୍କତା ପାଇଁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ଅନ୍ୟ ରାଜ୍ୟରେ ବହୁ ଓଡ଼ିଆ ଫସି ରହିଛନ୍ତି । ସେମାନଙ୍କର କିପରି ଅସୁବିଧା ନହେବ ସେନେଇ ସରକାର ବହୁ ପଦକ୍ଷେପ ନେଉଛନ୍ତି । ଏହାସହ ସେମାନଙ୍କ କିପରି ଫେରେଇ ଅଣାଯିବ ସେନେଇ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 3 =