ପୁନଃ ଦର ବୃଦ୍ଧି ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର, 01/06 (ନିପ୍ର) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆନୁକୁଲ୍ୟରେ ଭୁବନେଶ୍ବରସ୍ଥିତ ମାଷ୍ଟର କ୍ୟାଣ୍ଟିନ୍ ଛକରେ କେନ୍ଦ୍ରର ବିଜେପି ନେତୃତ୍ବାଧୀନ ମୋଦୀ ସରକାରଙ୍କ ଜନମାରଣ ନୀତି ଯୋଗୁଁ ଆଜି ଅଣରିହାତି ଏଲ.ପି.ଜି (ରନ୍ଧନ ଗ୍ୟାସ) ଦାମ୍ରେ ୪୮ ଟଙ୍କା ସହ ରିହାତି ରନ୍ଧନ ଗ୍ୟାସ ଦରରେ 2ଟଙ୍କା 34 ପଇସା ବୃଦ୍ଧି ଘଟଣା ତୈଳଜାତ ସାମଗ୍ରୀ ଯଥା ପେଟ୍ରୋଲ ଓ ଡିଜେଲର ଆକାଶଛୁଆଁ ପରି ଜନସାଧାରଣଙ୍କ ନିକଟରେ ବେଢ଼ି ଉପରେ କୋରଡ଼ା ସଦୃଶ ଅଟେ । ଦୀର୍ଘ ୪ ବର୍ଷର ଶାସନରେ ମିଥ୍ୟା ପ୍ରତିଶ୍ରୁତିର ପାହାଡ଼ ଉପରେ ବିଜେପି ସରକାର ଲୋକଙ୍କୁ କେବଳ ମିଥ୍ୟାର ସୌଦାଗର ସାଜିବା ଛଡ଼ା ଆଉ କିଛି ନକରିପାରିବା ଏ ସରକାରଙ୍କ ସବୁଠୁଁ ବଡ଼ ଉପଲବ୍ଧି ବୋଲି କଂଗ୍ରେସ ନେତାମାନେ ମତପୋଷଣ କରିଥିଲେ । ୨୪ ଘଣ୍ଟା ମଧ୍ୟରେ ଜନସାଧାରଣଙ୍କ ଭାଗାବେଗକୁ ସମ୍ମାନ ଜଣାଇ ଯଦି ଗ୍ୟାସର ଦରକୁ କେନ୍ଦ୍ର ସରକାର ପ୍ରତ୍ୟାହାର ନକରନ୍ତି ତେବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ବିଧାୟକ ଚିରଞ୍ଜିବ ବିଶ୍ବାଳ କହିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ଅନନ୍ତ ପ୍ରସାଦ ସେଠୀ, ମନୋରଞ୍ଜନ ଦାଶ, ସତ୍ୟବ୍ରତ ପାତ୍ର, ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ସୁମିତ୍ରା ଜେନା, ଅଞ୍ଚଳ ବଟୁ, ଇତିଶ୍ ପ୍ରଧାନ, ସୁରେଶ କୁମାର ରାଉତରାୟ, ବିରେନ ପଟ୍ଟନାୟକ, ଶିବାନନ୍ଦ ରାୟ, ସତ୍ୟବ୍ରତ ନାୟକ, ବିଶ୍ବଭୂଷଣ ଦାସ, ସ୍ମୃତିପ୍ରକାଶ ନନ୍ଦ, ଚିତ୍ରଲେଖା ମହାନ୍ତି, ପ୍ରଣତୀ ମିଶ୍ର, ରଶ୍ମିତା ଟେଟେ, ସୋନାଲି ସାହୁ ପ୍ରମୁଖ ପ୍ରାୟ ୧୦୦୦ରୁ ଉର୍ଦ୍ଧ ଛାତ୍ର, ମହିଳା ଓ ଯୁବ ଏବଂ କଂଗ୍ରେସ କର୍ମୀ ଓ ନେତାମାନେ କଂଗ୍ରେସ ଭବନରୁ ସନ୍ଧ୍ୟା ୫ ଘଟିକାରେ ବାହାରି ନାରାବାଜି କରି ନରେନ୍ଦ୍ର ମୋଦି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ମାଷ୍ଟର କ୍ୟାଣ୍ଟିନଠାରେ ଦାହ କରିଥିଲେ ।

Share

Leave a Reply

Your email address will not be published. Required fields are marked *

seventeen + sixteen =