ଟ୍ରେନ ଡ୍ରାଇଭରଙ୍କ ବୟାନ

ଗତକାଲି ରାତିରେ ପଜାଂବର ଅମୃତ ସହରରେ ରେଳ ଦୁର୍ଘଟଣାରେ ୬୦ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହି ସମୟରେ ସ୍ଥାନୀୟ ଅଚଂଳରେ ରାବଣ ପୋଡି ଲୋକମାନେ ଦେଖୁଥିଲେ । ତେବେ ସେହି ସମୟରେ ଅନ୍ଧାର ମଧ୍ୟ ହୋଇସାରିଥିଲା । ଯେଉଁ ସମୟରେ ରାବଣ ପୋଡା ଉତ୍ସବ ଆରମ୍ଭ ହୋଇଥିଲା ସହେି ସମୟରେ ସ୍ଥାନୀୟ ଅଚଂଳରେ ଧୂଆଁ ମଧ୍ୟ ଖେଳିଯାଇଥିଲା । ଠିକ ସେହି ସମୟରେ ଟ୍ରେନ ଆସିଯାଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏତେ ଭିଡ ମଧ୍ୟରେ ଲୋକମାନଙ୍କୁ କଣ ଦେଖିପାରିନଥିଲା ଟ୍ରେନ ଡ୍ରାଇଭର? ମିଳିଥିବା ସୂଚନା ଅନୁସାରେ ଟ୍ରେନ ଡ୍ରାଇଭର ଜଣକ କହିଛନ୍ତି ଯେ, ରାବଣ ଜଳିବାପରେ ଚାରିଆଡେ ଧୂଆଁ ହୋଇଯାଇଥିଲା । ଏହାସହ ସେହି ସ୍ଥାନରେ କୌଣସି ଆଲୁଆର ବ୍ୟବସ୍ଥା ମଧ୍ୟ ନଥିଲା । ତେଣୁ ଆମେ କୌଣସି ସୂଚନା ପାଇ ପାରିନଥିଲୁ । ଏହାସହ ରେଳ ଅଧିକାରୀମାନେ କହିଛନ୍ତି ଯେ, ପ୍ରକୃତରେ ସେହି ସ୍ଥାନରେ ପ୍ରବଳ ମାତ୍ରାରେ ଧୂଆଁ ଥିଲା ତେଣୁ ଡ୍ରାଇଭର କିଛି ଖବର ପାଇପାରିନଥିଲା । ଏହାସହ ସମ୍ପୃକ୍ତ ଟ୍ରେନ ଡ୍ରାଇଭରଙ୍କୁ ପଚରାଉଚରା କରାଯାଉଛି ବୋଲି ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କିନ୍ତୁ ସେହି ଡ୍ରାଇଭରଙ୍କ ସମ୍ପର୍କରେ ଗଣମାଧ୍ୟମକୁ କୌଣସିି ସୂଚନା ଦିଆଯାଇନାହିଁ । ଏହାସହ ଟ୍ରେନର ଲାଇନ କ୍ଲିୟର ଥିବାରୁ ତାହା ନିର୍ଦ୍ଧାରିତ ଗତିରେ ଯାତାୟତ କରିଥିଲା । ତେଣୁ ହଠାତ ଟ୍ରେନକୁ ଅଟଳାଇବା ସମ୍ଭବ ହୋଇନଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ରାବଣ ପୋଡି ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ଦିଅ। ଯାଇନଥିଲା । ଘଟଣା ଘଟିବାପରେ ଅନେକ ଲୋକ ପ୍ରଶାସନକୁ ଦୋଷ ଦେବା ସହ କହିଛନ୍ତି ଯେ, ସେହି ଅଚଂଳରେ ରାବଣ ପୋଡି ଉତ୍ସବ ହେଉଥିଲା ତେଣୁ ରେଳ ବିଭାଗକୁ ସୂଚନା ଦିଆଯାଇଥିଲେ ଏପରି ଘଟଣା ହୋଇନଥାନ୍ତା ବୋଲି ଲୋକମାନେ କହିଛନ୍ତି । ରେଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି ଯେ, ପ୍ରଶାସନ ପକ୍ଷରୁ ସେମାନଙ୍କୁ କୌଣସି ସୂଚନା ଦିଅ। ଯାଇନଥିଲା । ଏହାସହ ରେଳ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପ୍ରଶାସନ କୌଣସି ସୂଚନା ଦିଆଯାଇନାହିଁ । ତେବେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହାର ତଦନ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − 10 =