ଖୁବଶୀଘ୍ର କଂଗ୍ରେସର ପ୍ରାର୍ଥୀ ତାଲିକା

ଆସନ୍ତା ୧୦ ତାରିଖସୁଦ୍ଧା କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବାର ସମ୍ଭାବନା ରହିଛି ବୋଲି ପିସିସି ସୂତ୍ରରୁ ସୁଚନା ମିଳିଛି ।
କଂଗ୍ରେସର ମିଶନ ୨୦୧୯ ପାଇଁ ପ୍ରାର୍ଥୀ ଚୟନ ଚୁଡାନ୍ତ କରିବା ଲାଗି ଓଡିଶା ଗସ୍ତରେ ଆସିଥିବା ଏଆଇସିସି କେନ୍ଦ୍ରୀୟ କମିଟିର ଅଧ୍ୟକ୍ଷ ଭି. ଡି. ସଥୀସାନ, ସଦସ୍ୟ ନୌସାଦ ସୋଲାଙ୍କି ଓ ଜିତିନ ପ୍ରସାଦ ଓଡ଼ିଶା ଆସିଛନ୍ତି । ଆଜି ଭୁବନେଶ୍ୱରରେ ଶେଷ ବୈଠକ ବସିଛି। ଗତ ଦୁଇ ଦିନ ଧରି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ପ୍ରାର୍ଥୀ ଚୟନ ନେଇ ଆଲୋଚନା କରାଯାଇଛି।

ସେହିପରି ଅନ୍ୟ ଏକ ଟିମ୍ ୩ ଦିନ ଧରି ସମ୍ବଲପୁର ସମେତ ବରଗଡ, ବଲାଙ୍ଗିର, ସୁନ୍ଦରଗଡର ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ଚୟନ ନେଇ କଂଗ୍ରେସ ସ୍କ୍ରିନିଂ କମିଟି ଆଲୋଚନା କରିଛନ୍ତି । ଏହାପରେ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବା ସମ୍ଭାବନା ରହିଛି । ଚୂଡାନ୍ତ ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଯିବ ।

Share

Leave a Reply

Your email address will not be published. Required fields are marked *

twenty − eighteen =