ଆଜି ରାୟଗଡା ଓ ଖୋର୍ଦ୍ଧା ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ରାୟଗଡା ଓ ଖୋର୍ଦ୍ଧା ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ସେ ଅନେକ ଗୁଡିଏ ଉନ୍ନୟନମୂଳକ ଯୋଜନାର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ରାୟଗଡରେ ମୁଖ୍ୟମନ୍ତ୍ରୀ 737 କୋଟି ଟଙ୍କା ମୂଲ୍ୟର 89ଟି ପ୍ରକଳ୍ପର ଉଦଘାଟନ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ 532 କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଏକ ମେଗା ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ 11ଟି ବ୍ଲକର ମହିଳା ସ୍ୱୟଂ ସହାୟକ ଗୋଷ୍ଠିର କର୍ମକର୍ତ୍ତା ଯୋଗଦେବେ ।

ସେହିଭଳି ଅଅରାହ୍ନରେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଗସ୍ତ କରିବେ । ସେଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ 84ଟି ପ୍ରକଳ୍ପକୁ ଲୋକାର୍ପିତ କରିବା ସହ 61ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

Share

Leave a Reply

Your email address will not be published. Required fields are marked *

15 + 2 =