କେନ୍ଦ୍ରର ଏକଚାଟିଆ ପ୍ରଶଂସାକୁ ବିଜେଡିର ବିରୋଧ

ଭୁବନେଶ୍ବର (ନିପ୍ର): କେନ୍ଦ୍ରୀୟ ଯୋଜନାରେ ରାଜ୍ୟକୁ ଶ୍ରେୟ ଦେବାର ଦାବି  ପୁଣି ଥରେ  ମୁଣ୍ଡି ଟେକିଛି । କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା କେବଳ କେନ୍ଦ୍ର ସରକାରଙ୍କ ଜରିଆରେ କାର୍ଯ୍ୟକାରୀ ହେଉନାହିଁ । ସବୁ କେନ୍ଦ୍ରୀୟ ଯୋଜନାରେ ରାଜ୍ୟର ଅଂଶ ରହୁଥିବାବେଳେ କାର୍ଯ୍ୟକାରୀ କରିବାର ଉତ୍ତର ଦାୟିତ୍ବ ମଧ୍ୟ ରାଜ୍ୟ ଉପରେ ରହୁଛି । କିନ୍ତୁ ଶ୍ରେୟ ନେଲାବେଳକୁ କେନ୍ଦ୍ର ସରକାର ଏକାଚାଟିଆ ପ୍ରଶଂସା ଗୋଟାଇବାକୁ ଚେଷ୍ଟା କରୁଛନ୍ତି ।

ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଆଜି ଆଜି ଏହି ପ୍ରସଙ୍ଗ ଉଠାଇ ପୁଣି ଥରେ ବିବାଦ ଛିଡ଼ା କରାଇଛନ୍ତି । ସୌଭାଗ୍ୟ ଯୋଜନାର ଉଦାହରଣ ଦେଇ ସେ ଅଭିଯୋଗ କରିଛନ୍ତି ଯେ, ଏହି ଯୋଜନାରେ ରାଜ୍ୟ ୪୦% ଅର୍ଥଭାର ବହନ କରୁଛି । ଯୋଜନାର କାର୍ଯ୍ୟକାରିତା ମଧ୍ୟ ରାଜ୍ୟ ସରକାରଙ୍କ ଦ୍ବାରା କରଯାଉଛି । ବିଜୁ ଜ୍ୟୋତି ଯୋଜନାରେ ମଧ୍ୟ କିଛି ସ୍ଥାନରେ ରାଜ୍ୟ ସରକାର ଶତ ପ୍ରତିଶତ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହିସବୁ ଯୋଜନା ନେଇ ପ୍ରକାଶ ପାଉଥିବା ବିଜ୍ଞାପନରେ କେବଳ କେନ୍ଦ୍ର ସରକାରଙ୍କ ଲୋଗୋ ରହୁଛି । ଏଥିରେ ରାଜ୍ୟ ସରକାରଙ୍କୁ କୌଣସି ଶ୍ରେୟ ଦିଆଯାଉନଥିବାରୁ ସେ ଆପତ୍ତି ଉଠାଇ କେନ୍ଦ୍ରୀୟ ଯୋଜନା ସଂପର୍କିତ ବିଜ୍ଞାପନରେ ରାଜ୍ୟ ସରକାରଙ୍କ ଲୋଗୋ ରଖିବାକୁ ଦାବି କରିଛନ୍ତି ।

ଘରେ ଘରେ ବିଜୁଳି ଯୋଗାଇ ଦେବା ନେଇ କେନ୍ଦ୍ର ସରକାର ବାହା ବାହା ନେଉଥିବା ବେଳେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଭର୍ତ୍ତୃହରି । ସୌଭାଗ୍ୟ ଯୋଜନାରେ କେନ୍ଦ୍ର ୬୦ ପ୍ରତିଶତ ଓ ରାଜ୍ୟ ୪୦ ପ୍ରତିଶତ ଖର୍ଚ୍ଚ କରୁଛି  । ବିଜୁ ଗ୍ରାମ ଜ୍ୟୋତି ଯୋଜନାରେ ସବୁ ଅର୍ଥ ଖର୍ଚ୍ଚ କରୁଛି ରାଜ୍ୟ  ।ହେଲେ କେନ୍ଦ୍ର ସରକାର ସବୁ ଶ୍ରେୟ ନେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ଭର୍ତ୍ତୃହରି  । ସୌଭାଗ୍ୟ ଯୋଜନାରେ କେବଳ କେନ୍ଦ୍ର ସରକାରଙ୍କ ଲୋଗୋ କାହିଁକି ଲାଗିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି  ।

ନୟାଗଡରେ ଜିଲ୍ଲା ଡେଭଲପମେଂଟ କମିଟି ମିଟିଂରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଅ ।ଗରୁ ରହିଥିବା ଇଲେକ୍ଟ୍ରିକ ଖୁଣ୍ଟ ଓ ତାରରୁ ହିତାଧିକାରୀଙ୍କୁ ବିଦ୍ୟୁତ ସଂଯୋଗ ଦିଅ ।ଯାଉଥିବା ବେଳେ ଅନେକ ସ୍ଥାନରେ ବିଜୁ ଜ୍ୟୋତି ଫଣ୍ଡରୁ ନୂତନ ଭାବେ ଖୁଣ୍ଟ ଓ ତାର ପାଇଁ ବ୍ୟବସ୍ଥା କରାଯାଉଛି  । ଅ ।ଉ କିଛି ସ୍ଥାନରେ ୧୦୦ ଶତକଡା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଛି । ତେଣୁ ସୌଭାଗ୍ୟ ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋଗୋ ଲଗାଇବା ପାଇଁ ବିଧାୟକମାନେ ପ୍ରସ୍ତାବ ଅ ।ଗତ କରିବା ପାଇଁ ପରାମର୍ଶ ଦେଇଛନ୍ତି ଭର୍ତ୍ତୃହରି । ବିଭିନ୍ନ ଯୋଜନାରେ କାହାର ଭାଗ୍ୟ କେତେ, କାହାର ଶ୍ରେୟ କେତେ ଏହାକୁ ନେଇ କେନ୍ଦ୍ର-ରାଜ୍ୟ ଭିତରେ ଟଣାଓଟରା ·ଲିଛି  । ଏବେ ସୌଭାଗ୍ୟ ଯୋଜନାରେ ରାଜ୍ୟର ଶ୍ରେୟ ଦାବି କରିଛନ୍ତି ଭର୍ତ୍ତୃହରି ।

Share

Leave a Reply

Your email address will not be published. Required fields are marked *

3 × 3 =